ଆଜିକାଲି ଇଛା ମୁତାବକ ଖଣ୍ଡେ ଚାକିରି ପାଇବା ସହଜ ନୁହେଁ। ଦୌଡି ଦୌଡି ଚପଲ ଘୋରି ହେଇଯାଏ। ଅନେକ ସାକ୍ଷାତକାର ଏବଂ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡେ। ଅନେକ ଚେଷ୍ଟା ପରେ ଯଦି ଚାକିରି ନ ମିଳେ ଲୋକେ ନିରାଶ ହୋଇଯାଆନ୍ତି। କିନ୍ତୁ ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ।
ସାକ୍ଷାତକାର ବେଳେ ଆୟରଲାଣ୍ଡର ଜାନିସ୍ ୱାଲ୍ସ ନାମକ ଜଣେ ମହିଳାଙ୍କୁ ତାଙ୍କ ବୟସ ପଚରାଯାଇଥିଲା। ମହିଳା ଜଣକ ସେତେବେଳେ ଧୈର୍ଯ୍ୟ ଧରିଥିଲେ। ଯେତେବେଳେ ସେ ଚାକିରି ପାଇ ନଥିଲେ, ସେତେବେଳେ ସେ କମ୍ପାନୀ ବିରୋଧରେ ମାମଲା ରୁଜୁ କରି କ୍ଷତିପୂରଣ ପାଇଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୟସ ଏବଂ ଲିଙ୍ଗ ଆଧାରରେ ଚାକିରି ଚୟନ ପ୍ରକ୍ରିୟାରେ ତାଙ୍କୁ ଭେଦଭାବ କରାଯାଇଛି। କୋର୍ଟ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ।
ଉତ୍ତର ଆୟର୍ଲାଣ୍ଡରେ ରହୁଥିବା ଜାନିସ୍ ୱାଲ୍ସ ଏକ ଡେଲିଭରି ଏଜେଣ୍ଟ ଭାବରେ ଡେଲିଭରି ଡ୍ରାଇଭର ସାକ୍ଷାତକାର ଦେବାକୁ ଜଣାଶୁଣା ଫୁଡ୍ ଚେନ୍ Domino’s କୁ ଯାଇଥିଲେ। ଯେତେବେଳେ ସେ ଷ୍ଟାର୍ବେନ୍ରେ ତାଙ୍କ ଆଉଟଲେଟ୍ରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ସାକ୍ଷାତକାରରେ ତାଙ୍କ ବୟସ କଥା ପଚରାଯାଇଥିଲା। ଯେତେବେଳେ ସେ ତାଙ୍କ ବୟସ କହିଥିଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ତୁମେ ଏତେ ଦେଖାଯାଉନ।
ମହିଳା ଅଭିଯୋଗ କରିଛନ୍ତି ଯେ ସାକ୍ଷାତକାର ସମୟରେ ତାଙ୍କ ଉତ୍ତରକୁ ମାର୍କ କରାଯାଇଥିଲା ଏବଂ ଚାକିରି ନ ପାଇବାରେ ଏହାର ପ୍ରମୁଖ ଭୂମିକା ରହିଛି। ଜାନିସ୍ ଫେସ୍ବୁକ୍ ମାଧ୍ୟମରେ ଶାଖା ସହିତ ଯୋଗାଯୋଗ କରିଥିଲେ। ତାଙ୍କ ତରଫରୁ ଏହା କୁହାଯାଇଥିଲା ଯେ ସେ ଜାଣି ନଥିଲେ ଯେ ସାକ୍ଷାତକାର ସମୟରେ ବୟସ ପଚାରିବା ଭୁଲ ବୋଲି। ଏହି ସମୟରେ, ଅନ୍ୟ ଜଣେ କହିଥିଲେ ଯେ ଏହି କାମ ୧୮ ରୁ ୩୦ ବର୍ଷର ଲୋକଙ୍କ ପାଇଁ ଥିଲା ଏବଂ ଏମିତିରେ ଡ୍ରାଇଭର ଭାବରେ ପୁରୁଷମାନେ ରୁହନ୍ତି।
ଏହି ଘଟଣା ପରେ ଜାନିସ୍ କମ୍ପାନୀର ଶାଖା ଏବଂ ମାଲିକଙ୍କ ଉପରେ ଅଭିଯୋଗ କରିଥିଲେ ଏବଂ ସେମାନଙ୍କଠାରୁ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ମହିଳା ଜଣକ ପରୀକ୍ଷା ପରେ ଆଉଟଲେଟ୍ରୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ପାଇଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/Oz47Z1n
No comments: