ଖୁବ ଶୀଘ୍ର ଅତୀତ ହୋଇପାରେ FASTag। ସରକାର ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ନୂଆ ଟେକ୍ନୋଲୋଜୀ ପ୍ରଣୟନ କରିବାକୁ ଯାଉଛି। ଜିପିଏସ୍ ସାଟେଲାଇଟ୍ ଟେକ୍ନୋଲୋଜୀ ବ୍ୟବହାର କରି ଟୋଲ୍ ଟ୍ୟାକ୍ସ ଆଦାୟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛି। ଏହି ନୂଆ ପଦ୍ଧତିକୁ ପରୀକ୍ଷା କରିବା ପାଇଁ ବର୍ତ୍ତମାନ ଭାରତରେ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ।
ଏହି ସିଷ୍ଟମ୍ ଅନୁଯାୟୀ, ରାଜପଥରେ ଏକ କାର୍ ଗଲେ କିଲୋମିଟର ଅନୁସାରେ ଟୋଲ୍ ପ୍ରଦାନ କରାଯିବ। ତେଣୁ ଜଣେ ବ୍ୟକ୍ତିଙ୍କୁ ରାଜପଥ କିମ୍ବା ଏକ୍ସପ୍ରେସ୍ୱେରେ ଦୂରତା ଉପରେ ଆଧାର କରି ବାଧ୍ୟତାମୂଳକ ଭାବେ ଟୋଲ୍ ଦେବାକୁ ପଡିବ।
ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଲୋକସଭାରେ କହିଥିଲେ ଯେ ସରକାର ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ଟୋଲ୍ ପ୍ଲାଜା ବୁଥ୍ ହଟାଇବେ।
ଏଥିସହ ସେ କହିଛନ୍ତି ଯେ ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ସହିତ ଟୋଲ୍ ବୁଥ୍ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବଦଳାଯିବ। ଜିପିଏସ୍ ଇମେଜିଂ ମାଧ୍ୟମରେ ଚଳନ୍ତା ଯାନରେ ଏହି ଟୋଲ୍ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ, ଟୋଲ୍ ଫି’ର ଗଣନା ଏହି ଆଧାରରେ କରାଯାଉଛି ଯେ କେଉଁ ଗାଡି ରାଜପଥରେ କେତେ କିଲୋମିଟର ଯାଉଛି।
ୟୁରୋପୀୟ ଦେଶଗୁଡିକରେ ଜିପିଏସ୍ ଆଧାରିତ ଆଭିମୁଖ୍ୟର ସଫଳତା ହେତୁ ଏହାକୁ ଭାରତରେ ମଧ୍ୟ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଉଛି। ଏନେଇ ପାଇଲଟ୍ ପ୍ରୋଜେକ୍ଟ ପରୀକ୍ଷା କରାଯାଉଛି।
ବର୍ତ୍ତମାନ ଗୋଟିଏ ଟୋଲ୍ ପ୍ଲାଜାରୁ ଅନ୍ୟ ଟୋଲ୍ ପ୍ଲାଜା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୂରତା ପାଇଁ ଟୋଲ ଆଦାୟ କରାଯାଉଛି। ଯଦି ବି କୌଣସି ଯାନ ପୂରା ଦୂରତା ନ ଯାଇ ଅଧାରୁ ଅଟକି ଯାଏ ତଥାପି ସଂପୂର୍ଣ୍ଣ ଟୋଲ୍ ଦେବାକୁ ପଡୁଛି।
ଜର୍ମାନୀରେ ଅଧିକାଂଶ ଯାନରେ ସାଟେଲାଇଟ୍ ନେଭିଗେସନ୍ ସିଷ୍ଟମ୍ ସ୍ଥାପିତ ହୋଇଛି। ଯେତେବେଳେ ଏକ ଗାଡି ଟୋଲ୍ ଅଞ୍ଚଳରେ ପ୍ରବେଶ କରେ, ଟିକସ ଗଣନା ଆରମ୍ଭ ହୁଏ।
ଯେତେବେଳେ ଯାନଟି କୌଣସି ଟୋଲ୍ ବିନା ଏକ୍ସପ୍ରେସ୍ୱେରୁ ରାସ୍ତାକୁ ଆସେ ଯାତ୍ରା ଦୂରତା ପାଇଁ ଟୋଲ୍ ଆକାଉଣ୍ଟରୁ କାଟିଦିଆଯାଏ।
ନୂତନ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ପରିବହନ ନୀତି ମଧ୍ୟ ପରିବର୍ତ୍ତନ କରାଯିବା ଉଚିତ। ପାଇଲଟ୍ ଯୋଜନାରେ ସାରା ଦେଶରେ ୧.୩୭ ଲକ୍ଷ ଯାନବାହନ ସାମିଲ୍ କରାଯାଇଛି।
୨୦୧୬ ରେ ଆରମ୍ଭ ହୋଇଥିବା FASTags, ଇଲେକ୍ଟ୍ରୋନିକ୍ ଭାବରେ ଟୋଲ୍ ବୁଥ୍ରେ ଫି’ ପ୍ରଦାନ କରିବା ସହଜ କରିଦେଇଛି। ଟୋଲ୍ ଇଲେକ୍ଟ୍ରୋନିକ୍ ଭାବରେ ନିଆଯିବାର ବ୍ୟବସ୍ଥା ହୋଇଥିବାରୁ ଟ୍ୟାଗ୍ ବାଧ୍ୟତାମୂଳକ କରିବା, ଟୋଲ୍ ପ୍ଲାଜା ମାଧ୍ୟମରେ ଟ୍ରାଫିକ୍ ସୁରୁଖୁରୁରେ ସୁନିଶ୍ଚିତ କରିବାରେ ମଧ୍ୟ ଏହା ସହାୟକ ହେବ।
from Latest Odisha News, Breaking News Today | Top Updates on Corona - OTV News https://ift.tt/kpPsbQV
No comments: