ବର୍ଷା ଦେବତା ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ, ହାଲକ୍କି ଭୋକାଲିଗା ସମ୍ପ୍ରଦାୟ ଲୋକେ କରନ୍ତି ଅଜବ ବିବାହ। ଏଠାରେ ଏମିତି ପରମ୍ପରା ରହିଛି ଯେ ଦୁଇ ମହିଳା ପରସ୍ପରଙ୍କୁ ବିବାହ କରନ୍ତି। ଏମାନେ ପ୍ରତୀକାତ୍ମକ ଭାବରେ ବର୍ଷା, ଉତ୍ପାଦନ ଏବଂ ସୁଖ ପାଇଁ ବିବାହ କରନ୍ତି।
ଉତ୍ତର କନ୍ନଡର ଗୋକାରନା ନିକଟସ୍ଥ ତାରାମକି ଗ୍ରାମରେ ରହୁଥିବା ହୁଲାସ୍କେର୍ ହାଲାକ୍କି ସଦସ୍ୟମାନେ ଏକ ବିରାଟ ସମାବେଶରେ ପାରମ୍ପରିକ ଲୋକ ସଂଗୀତ ସହିତ ଏକ ରଙ୍ଗୀନ ଶୋଭାଯାତ୍ରାରେ ଏହି ବିବାହରେ ଅଂଶଗ୍ରହଣ କରିବାକୁ ଏକତ୍ରିତ ହୁଅନ୍ତି।
ଏହି ଉତ୍ସବରେ ଯୁବକମାନେ ଡିଜେ ସଙ୍ଗୀତରେ ନାଚନ୍ତି। ଏକ ନିଆରା ବିବାହ କେଥାକି ବିନୟାକା ମନ୍ଦିରରେ ହୋଇଥାଏ। ଯାହା ଅନ୍ୟ ଆଦିବାସୀ ଦେବତା କରିଦେବରୁଙ୍କ ଉଦ୍ଦେଶ୍ୟରେ ଆୟୋଜନ କରାଯାଇ ଶୋଭାଯାତ୍ରା କରାଯାଏ।
ଯେତେବେଳେ ବି ବର୍ଷାର ଅଭାବ ଦେଖାଯାଏ ସେତେବେଳେ ଇନ୍ଦ୍ରଙ୍କୁ ଖୁସି କରିବା ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ଏହି ଅଜବ ବିବାହ କରାଯାଏ ବୋଲି ଆଦିବାସୀ କୁହନ୍ତି। ମହିଳାଙ୍କ ମଧ୍ୟରେ ଏହି ନିଆରା ବିବାହ ଉତ୍ସବରେ ପୁରୁଷମାନଙ୍କର ସେମିତି କିଛି ବିଶେଷ ଭୂମିକା ନଥାଏ।
ଯୁଗ ଯୁଗ ଧରି ଏହି ସମ୍ପ୍ରଦାୟର ଲୋକେ ଏହି ପରମ୍ପରାକୁ ପାଳନ କରିଆସୁଛନ୍ତି। କୌତୁହଳର ବିଷୟ ଏହା ଯେ ଏହି ସମ୍ପ୍ରଦାୟ ଏହାର ପରମ୍ପରାକୁ ବଞ୍ଚାଇ ରଖିଛି। ବର ଏବଂ ତାଙ୍କ ସାଥୀ ବାଛିବା ଠାରୁ ଆରମ୍ଭ କରି ମହିଳାମାନେ ସମ୍ପୁର୍ଣ୍ଣ ଭାବରେ ଏହି ବିବାହକୁ କରନ୍ତି। ଶୁଭ ଦିନ ଦେଖି ମହିଳା 'କମିଟି' ବର ଏବଂ କନ୍ୟା ଘୋଷଣା କରନ୍ତି। ସମସ୍ତ ମହିଳା ଏଥିରେ ଭାଗ ନିଅନ୍ତି ବୋଲି ଗୋକର୍ଣ୍ଣ ମହାବାଲେଶ୍ୱର ମନ୍ଦିରର ପୁରୋହିତ ବିନୟ ଶାସ୍ତ୍ରୀ କହିଛନ୍ତି।
ସାଧାରଣ ବିବାହ ପରି ଏହି ବିବାହରେ ମଧ୍ୟ ଉଭୟ ମହିଳା ଫୁଲମାଳ ବିନିମୟ କରନ୍ତି ଏବଂ ବିବାହର ଅନ୍ୟାନ୍ୟ ରୀତିନୀତି ମଧ୍ୟ ପାଳନ କରନ୍ତି। କେବଳ ପାର୍ଥକ୍ୟ ଏତିକି ଯେ ସଂସ୍କୃତ ମନ୍ତ୍ର ବଦଳରେ ଏହି ସ୍ଥାନୀୟ ସମ୍ପ୍ରଦାୟଙ୍କର ଲୋକଗୀତ, ସଙ୍ଗୀତ, ବାଲାଡ୍ ଏବଂ ମନ୍ତ୍ର ଅଛି।
ଦୁଇ ଘଣ୍ଟା ଧରି ଏହି ବିବାହ ଚାଲିଥାଏ। ପରେ ସମ୍ପ୍ରଦାୟର ମୁଖ୍ୟଙ୍କ ଘରକୁ ଏକ ଶୋଭାଯାତ୍ରା କରାଯାଇ ଉତ୍ସବ ଶେଷ ହୁଏ। ଏହା ପରେ ସମ୍ପ୍ରଦାୟର ମୁଖ୍ୟ ଏହି ଦମ୍ପତିଙ୍କୁ କିଛି ଉପହାର ଦିଅନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିବାହ କରିଥିବା ଏହି ଦୁଇ ମହିଳା କେବେବି ଏକାଠି ରୁହନ୍ତି ନାହିଁ, କେବଳ ଇନ୍ଦ୍ର ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବିବାହ କରନ୍ତି।
ଚଳିତ ବର୍ଷ ପ୍ରବଳ ମୌସୁମୀ ସତ୍ତ୍ୱେ ଭଟକଲକୁ ଛାଡି ଉତ୍ତର କନ୍ନଡ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ଏନେଇ ଚାଷରେ ବ୍ୟାଘାତ ଦେଖାଯାଇଛି। ପ୍ରାୟ ୫୦ ପ୍ରତିଶତରୁ କମ୍ ବର୍ଷା ହୋଇଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/3bKlpxH
No comments: