ଆଜିର ସମୟରେ, ବିଜ୍ଞାନ ଯେତେ ବି ଆଗକୁ ଯାଉନା କାହିଁ କିମ୍ବା ବୈଜ୍ଞାନିକମାନେ ଯେତେ ଅନନ୍ୟ ଆବିଷ୍କାର କରନ୍ତୁ ନା କାହିଁକି, ତଥାପି ଆଜି ମଧ୍ୟ ବିଜ୍ଞାନ କାହା ମନର ରହସ୍ୟ ଜାଣିବାରେ ସଫଳ ହୋଇ ନାହିଁ। ଯଦି ଆଜିର ସମୟରେ ମନକୁ ନିୟନ୍ତ୍ରଣ କରିବାର କୌଣସି ଉପାୟ ଅଛି, ତେବେ ଏହା ଧ୍ୟାନ ଏବଂ ପ୍ରାଣାୟାମ। ଏହାର ଏକ ଅଂଶ ହେଉଛି 'ପାଷ୍ଟ୍ ଲାଇଫ୍ ରିଗ୍ରେସନ ଥେରାପି' (PLR)। ଏହା ମାଧ୍ୟମରେ ଜଣଙ୍କ ମନକୁ ନିୟନ୍ତ୍ରଣ କରାଯାଇପାରେ।
ଅନେକ ଲୋକ ଏହି କଥାକୁ ବିଶ୍ୱାସ କରନ୍ତି ନାହିଁ ନଚେତ ଏହାକୁ ଅନ୍ଧବିଶ୍ୱାସ ବୋଲି ଭାବନ୍ତି। ଏହାକୁ ନେଇ କିଛି ଲୋକ କୁହନ୍ତି ଯେ ଯଦି ଏହା ଅନ୍ଧବିଶ୍ୱାସ ତେବେ ଧ୍ୟାନ ଏବଂ ପ୍ରାଣାୟାମକୁ ମଧ୍ୟ ଅନ୍ଧବିଶ୍ୱାସ ଭାବରେ ବିବେଚନା କରାଯିବା ଉଚିତ। 'ପାଷ୍ଟ୍ ଲାଇଫ୍ ରିଗ୍ରେସନ ଥେରାପି' ହେଉଛି ଏକ କୌଶଳ ଯାହା ପ୍ରାୟ କୋଡ଼ିଏ ହଜାର ବର୍ଷ ପୁରୁଣା। ଏହା ହେଉଛି ଅତୀତର ସ୍ମୃତିକୁ ମନେପକାଇବା ପାଇଁ ଏକ ଉପାୟ, ଯାହା ମାଧ୍ୟମରେ ଆମେ ଆମର ବର୍ତ୍ତମାନକୁ ପରିବର୍ତ୍ତନ କରିପାରିବା।
ପ୍ରାୟତଃ ଲୋକମାନଙ୍କ ସହିତ ଏପରି କିଛି ସମସ୍ୟା ଆସିଥାଏ ଯେ ଅତୀତର କିଛି ସ୍ମୃତି ସେମାନଙ୍କୁ ଆଗକୁ ବଢିବାକୁ ଦେଇ ନଥାଏ। ଏହି କ୍ଷେତ୍ରରେ, ରିଗ୍ରେସନ୍ ଥେରାପିର ସାହାଯ୍ୟ ନିଆଯାଇପାରେ। ଏହି ଥେରାପି ମାଧ୍ୟମରେ, ଆମେ ଅତୀତକୁ ପୁଣି ସ୍ମରଣ କରିପାରିବା।
ଥେରାପି ସମୟରେ, କ୍ରମାଗତ ଭାବରେ ଅନେକ ପ୍ରଶ୍ନ ପଚରାଯାଏ। ଏହା ମାଧ୍ୟମରେ, ଆମେ ଆମର ଅବଚେତନା ମନକୁ ସକ୍ରିୟ କରିଥାଉ ଏବଂ ପୁରୁଣା କଥାଗୁଡ଼ିକୁ ପୁନର୍ବାର ମନେ ରଖୁ। ଏହା ସହିତ ଆମେ ଯେକୌଣସି ଯନ୍ତ୍ରଣାଦାୟକ ପରିସ୍ଥିତିରୁ ନିଜକୁ ମୁକୁଳେଇ ପାରୁ।
ଏହି ଥେରାପି ହେଉଛି ଦୁଇ ପ୍ରକାରର, ଗୋଟିଏ ହେଉଛି ରିଗ୍ରେସନ୍ ଏବଂ ଅନ୍ୟଟି ହେଉଛି ପ୍ରୋଗ୍ରେସନ୍। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? ବାସ୍ତବରେ, ରିଗ୍ରେସନରେ ଧ୍ୟାନ ମାଧ୍ୟମରେ, ଜଣେ ବ୍ୟକ୍ତିକୁ ତାଙ୍କ ଅତୀତକୁ ନିଆଯାଇପାରେ। ସେହିପରି ପ୍ରୋଗ୍ରେସନ୍ ମାଧ୍ୟମରେ ସେହି ବ୍ୟକ୍ତିକୁ ଆଗାମୀ ସମୟ ବିଷୟରେ ଅବଗତ କରିଦିଆଯାଏ।
ଏହି ଥେରାପି ହେଉଛି ଏକ ପ୍ରକାର ଆତ୍ମ-ସମ୍ମୋହନ, ଯାହା ଅଧୀନରେ ଜଣେ ନିଜ ଶ୍ୱାସକୁ ନିୟନ୍ତ୍ରଣ କରି ଅତୀତ ଜୀବନକୁ ଯାଇପାରିବ। ଏହି ଧ୍ୟାନ ଅବସ୍ଥାରେ ଜଣେ ମଣିଷର ମନ ନିଜ ଅଧିନରେ ରୁହେ ନାହିଁ। ଏପରି ପରିସ୍ଥିତିରେ, ସେ ଯାହା ଭାବେ ତାହା ସତ୍ୟର ଅତି ନିକଟତର ବୋଲି ବିବେଚନା କରାଯାଏ।
ନିର୍ଦ୍ଦେଶକ ସୁପବିତ୍ର ବାବୁଲ ତାଙ୍କ ୟୁରୋପ ଗସ୍ତ ପରେ ନିକଟରେ ବିଦେଶୀ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଥିଲେ, ଯାହା 'ପାଷ୍ଟ୍ ଲାଇଫ୍ ରିଗ୍ରେସନ ଥେରାପି' ଉପରେ ଆଧାରିତ ଥିଲା। ଏହା ପରେ ସେ ଏହି ବିଷୟ ଉପରେ କାମ କରିବା ଆରମ୍ଭ କରିଥିଲେ।
ଏହି ପରିପ୍ରେକ୍ଷୀରେ ସେ ଅଢେଇ ବର୍ଷ ଧରି ଗବେଷଣା କରିଥିଲେ। ଏହାରି ଭିତରେ ସେ ଅନେକ କର୍ମଶାଳାରେ ଯୋଗ ଦେଇଥିଲେ ଏବଂ ଡକ୍ଟର ନ୍ୟୁଟନ୍ ଏବଂ ଡକ୍ଟର ତୃପ୍ତି ଜୈନଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ହିଁ ଶୋ 'ରାଜ୍ ପିଛଲେ ଜନ୍ମ କା' ଆପଣଙ୍କ ସାମ୍ନାକୁ ଆସିପାରିଲା। ପ୍ରକାଶଥାଉ ଯେ ଡକ୍ଟର ତୃପ୍ତି ଜୈନ୍ ହେଉଛନ୍ତି 'ରାଜ୍ ପିଛଲେ ଜନ୍ମ କା'ର ଥେରାପିଷ୍ଟ୍।
from Latest Odisha News, Breaking News Today | Top Updates on Corona - OTV News https://ift.tt/7G9kczB
No comments: