ଆସୁଛି ମଦ ଜୋତା; ଭର୍ତ୍ତିକରି ଯେଉଁଠିକି ବି ନେଇହେବ Pramod Behera

ଦୁନିଆରେ ଆବିଷ୍କାର କମି ନାହିଁ। ଇତିହାସ ମଧ୍ୟ ସାକ୍ଷୀ ଯେ ଆବିଷ୍କାର ହିଁ ମଣିଷର ବିକାଶର କାରଣ ହୋଇଛି। ବର୍ତ୍ତମାନ ଆମେ ଏକ ସଭ୍ୟ ସମାଜରେ ରହୁଛେ। ନୂଆ ନୂଆ ଆବିଷ୍କର ହେତୁ ହେତୁ ଆମେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଘର ତିଆରି କରିବାର କଥା ଚିନ୍ତା ମଧ୍ୟ କରୁଛେ। କିନ୍ତୁ ସାମ୍ନାକୁ ଏମିତି ଏକ ଆବିଷ୍କାର କଥା ଆସୁଛି ଯାହା ଜାଣିବା ପରେ ଆପଣ ବି ଚକିତ ହୋଇଯିବେ। ଏକ କମ୍ପାନୀ ଏପରି ଏକ ଜୋତା ତିଆରି କରିଛି, ଯେଉଁଥିରେ ଜଣେ ମଦ ଭରି ଯେକୌଣସି ସ୍ଥାନକୁ ନେଇ ପିଇପାରିବ। ଆପଣ ପୂର୍ବରୁ ଏପରି ଆବିଷ୍କାର ବିଷୟରେ କେବେ ଭାବି ନଥିବେ, କିନ୍ତୁ ଏହା ସତ।

ସୂଚନା ମୁତାବକ ବିଶ୍ୱର ପ୍ରସିଦ୍ଧ ବିୟର କମ୍ପାନୀ @Heinekenର ଏହି ନୂଆ ଆବିଷ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ଏହି କମ୍ପାନୀ, ଅନ୍ୟ ଏକ କମ୍ପାନୀ ସହିତ ମିଶି ଏମିତି ଏକ ଜୋତା ଆବିଷ୍କାର କରିଛି, ଯାହାର ସୋଲ୍‌ରେ ମଦ ରଖାଯାଇପାରିବ। ମଦ ଭର୍ତ୍ତି କରି ଏପରି ଜୋତା ବିକ୍ରି କରିବାକୁ କମ୍ପାନୀ ପ୍ରସ୍ତୁତ ଅଛି। ଜଣାଶୁଣା ଜୋତା ଡିଜାଇନର୍ ଡୋମିନିକ୍ ସିଆମ୍ବ୍ରୋନଙ୍କ ସହଯୋଗରେ କମ୍ପାନୀ ଏହି ନୂଆ ମଦ୍ୟ ଜୋତା ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛି, ଯାହାର ନାମ ହେବ 'ହେନିକିକ୍ସ' ରହିଛି।

ଏଭଳି ଜୋତା ବିଷୟରେ ଜାଣି ମଦ୍ୟପମାନେ ଖୁସି। ଯେହେତୁ ଦେଶର ଅନେକ ସ୍ଥାନରେ ମଦ୍ୟପାନ ନିଷେଧ, ତେଣୁ ମଦ୍ୟପମାନଙ୍କୁ ଲକ୍ଷ କରି କମ୍ପାନୀ ଏହାର ଫାଇଦା ନେବାକୁ ଚାହୁଛି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ କହିଛନ୍ତି – ଆମର ତ ମଜା। ସେହିପରି ଅନ୍ୟ ଜଣେ କହିଛନ୍ତି - ଏପରି ଆବିଷ୍କାର ପାଇଁ ଏହି କମ୍ପାନୀକୁ ଏକ ହଜାର ତୋପ ସଲାମୀ।



from Latest Odisha News, Breaking News Today | Top Updates on Corona - OTV News https://ift.tt/SgDQO0M
ଆସୁଛି ମଦ ଜୋତା; ଭର୍ତ୍ତିକରି ଯେଉଁଠିକି ବି ନେଇହେବ Pramod Behera ଆସୁଛି ମଦ ଜୋତା; ଭର୍ତ୍ତିକରି ଯେଉଁଠିକି ବି ନେଇହେବ Pramod Behera Reviewed by SUBHENDU BARAL on August 05, 2022 Rating: 5

No comments:

Powered by Blogger.