ମଥୁରାର ନାମ ଆସିବା ମାତ୍ରେ ଲୋକଙ୍କ ମନକୁ ଭଗବାନ ଶ୍ରୀକୃଷ୍ଣ ଚାଲି ଆସନ୍ତି। ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ମଥୁରାରେ କଂସ ଜେଲରେ ମଧ୍ୟରାତ୍ରିରେ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ଅନେକ ମାୟା ରଚି ଧର୍ମ ପ୍ରତିଷ୍ଠା କରିବା ପରେ, ଯେତେବେଳେ ସେ ତାଙ୍କ ପରମଧାମକୁ ଚାଲିଗଲେ। ଏହାର କିଛି ବର୍ଷ ପରେ କଳିଯୁଗ ଆରମ୍ଭ ହେଲା। ପଣ୍ଡିତମାନେ ମତ ଦେଇଛନ୍ତି ଯେ ସେତେବେଳେ ଶ୍ରୀକୃଷ୍ଣଙ୍କ ଅଣନାତି ବଜ୍ରନାଭ ମଥୁରା କାରାଗାର ନିକଟରେ ଶ୍ରୀକୃଷ୍ଣଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିଥିଲେ। ସେହି ସ୍ଥାନରୁ ମିଳିଥିବା ଏକ ଶିଳାଲେଖରୁ ବ୍ରାହ୍ମୀ-ଲିପିରେ ଲେଖାରେ ଏହାର ଏକ ପ୍ରମାଣ ମିଳିଥିଲା।
ମଥୁରାରେ ଆଜି ଯେଉଁଠି ଶାହୀ ଈଦଗାହ ଅବସ୍ଥିତ, ଏହା ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଅଛି ବୋଲି କୁହାଯାଏ। ବଜ୍ରନାଭଙ୍କ ପରେ ତାଙ୍କ ବଂଶଧରମାନେ ସେମାନଙ୍କର କୁଳଦେବତା ଶ୍ରୀକୃଷ୍ଣଙ୍କ ଐତିହ୍ୟ ରକ୍ଷା କରିଥିଲେ। କୁହାଯାଏ ଯେ ଶୋଡାସଙ୍କ ଶାସନ କାଳରେ ବସୁ ନାମକ ଜଣେ ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଏକ ମନ୍ଦିର, ତୋରଣ ଦ୍ୱାର ଏବଂ ବୈଦିକ ସ୍ଥାନ ନିର୍ମାଣ କରିଥିଲେ।
ଏହା ପରେ, ସମ୍ରାଟ ବିକ୍ରମାଦିତ୍ୟଙ୍କ ଶାସନ କାଳରେ, ୪୦୦ ଖ୍ରୀଷ୍ଟାବ୍ଦରେ ଏଠାରେ ଦ୍ୱିତୀୟ ମନ୍ଦିର ନିର୍ମାଣ କରାଯାଇଥିଲା। ସଂସ୍କୃତି ଏବଂ କଳାର ପ୍ରଦର୍ଶନ ପାଇଁ ସେହି ମହାନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଖନନରୁ ମିଳିଥିବା ଏକ ଶିଳାଲେଖରେ ଦର୍ଶାଯାଇଛି ଯେ ରାଜା ବିଜୟପାଲ ଦେବଙ୍କ ସମୟରେ ୧୧୫୦ ଖ୍ରୀଷ୍ଟାବ୍ଦରେ ମନ୍ଦିର ତୃତୀୟ ଥର ପାଇଁ ନିର୍ମିତ ହୋଇଥିଲା। ଦ୍ୱାଦଶ ଶତାବ୍ଦୀରେ ମୁସଲମାନ ଶାସକମାନେ ଭାରତରେ ପହଞ୍ଚିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀରେ ସିକନ୍ଦର ଲୋଦି ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ।
ପ୍ରାୟ ୧୨୫ବର୍ଷ ପରେ, ଜାହାଙ୍ଗୀରଙ୍କ ସମୟରେ ଓର୍ଛାର ବୀର ସିଂହ ଦେବ ବୁନ୍ଦେଲା ଏହି ମନ୍ଦିର ନିର୍ମାଣ କରିଥିଲେ। ଏହା ପରେ ଷୋଡଶ ଶତାବ୍ଦୀରେ ମୋଗଲମାନଙ୍କ ମଧ୍ୟରେ କଠୋର ସମ୍ରାଟ ଭାବରେ ବିବେଚିତ ହୋଇଥିବା ଔରଙ୍ଗଜେବଙ୍କ ଶାସନ ଆସିଲା। ସେ ହଜାର ହଜାର ହିନ୍ଦୁ ମନ୍ଦିର ଭାଙ୍ଗି ଦେଇଥିଲେ। ତାଙ୍କ ଆଦେଶର ଅନେକ ଡକ୍ୟୁମେଣ୍ଟ୍ ଆଜି ବି ବିଦ୍ୟମାନ।
from Latest Odisha News, Breaking News Today | Top Updates on Corona - OTV News https://ift.tt/lngjyx0
No comments: