ଭାରତରେ ଲୋକମାନେ ଚର୍ମରୁ କଳା ଟନିଂ ପାଇଁ ବିଭିନ୍ନ ତରିକା ଆପଣାନ୍ତି। ଯେହେତୁ ଭାରତର ଅଧିକାଂଶ ଲୋକ ଏକ ସୁନ୍ଦର ରଙ୍ଗକୁ ପସନ୍ଦ କରନ୍ତି, ତେଣୁ ଅନେକ ଏହି ପଦ୍ଧତି ବ୍ୟବହାର କରନ୍ତି। କିନ୍ତୁ ବିଦେଶରେ ଏହାର ଧାରଣା ସମ୍ପୂର୍ଣ୍ଣ ଅଲଗା। ଏଠାରେ ଲୋକମାନେ ଟଙ୍କା ଖର୍ଚ୍ଚ କରି କୃତ୍ରିମ ଟନିଂ କରନ୍ତି। ଅନେକ ଲୋକ ସମୁଦ୍ର କୂଳରେ ଶୋଇ ଟନିଂର ମଜ୍ଜା ନିଅନ୍ତି। କିନ୍ତୁ ବ୍ରିଟେନ୍ରେ ରହୁଥିବା ଜଣେ ମହିଳାଙ୍କ ପକ୍ଷେ ଏହା କରିବା ଅତ୍ୟନ୍ତ ମହଙ୍ଗା ପଡିଛି।
ଛୁଟିରେ ଥିବାବେଳେ ୨୫ ବର୍ଷିୟ ସିରିନ୍ ମୁରାଦ ତାଙ୍କ ଚର୍ମକୁ ଟନ୍ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ସହ ଏକ ସମସ୍ୟା ଦେଖେଦେଇଛି। ସିରିନ୍ ଛୁଟିରେ ବୁଲଗେରିଆ ଯାଇଥିଲେ। ସେଠାରେ ସେ ନିଜ ପରିବାର ସହିତ ବିଚ୍ ବୁଲିବାକୁ ଯୋଜନା କରିଥିଲେ। ସକାଳେ ୨୧ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ସେ ସନ୍ସ୍କ୍ରୀନ୍ ବ୍ୟବହାର ନକରି ସୂର୍ଯ୍ୟକିରଣରେ ଶୋଇଥିଲେ। ସେ ଭାବିଥିଲେ କମ ସମୟ ଶୋଇ ଉଠିଯିବେ। କିନ୍ତୁ ଏହାରି ଭିତରେ ତାଙ୍କ ନିଦ ଲାଗିଯାଇଥିଲା। ଅଧ ଘଣ୍ଟା ପରେ ତାଙ୍କ ଆଖି ଖୋଲିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା।
ଲଣ୍ଡନରେ ରହୁଥିବା ଏହି ସୁନ୍ଦରୀ ଭାବିଥିଲେ ଯେ ପାଞ୍ଚ ମିନିଟ୍ ଶୋଇବା ପରେ ତାଙ୍କୁ ଭଲ ଟନ୍ ମିଳିଯିବ। କିନ୍ତୁ ତାଙ୍କ ପାଇଁ ଏହା ବିପରୀତ ହେଲା। ଆଖି ଖୋଲିବା ମାତ୍ରେ ସେ ତୁରନ୍ତୁ ଛାଇ ଜାଗାକୁ ଦୌଡି ଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଚେହେରା ସମ୍ପୂର୍ଣ୍ଣ ଲାଲ ହୋଇଯାଇଥିଲା। ସେ ଏହାକୁ ସେତେବେଳେ ହାଲୁକା ଭାବେ ନେଇ ବୁଲିବାକୁ ଚାଲିଗଲେ। କିନ୍ତୁ ପରଦିନ ସକାଳେ ସେ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ।
ପରଦିନ ସକାଳେ ଯେତେବେଳେ ସିରିନ୍ ଉଠିଲେ, ସେତେବେଳେ ସେ ତାଙ୍କ ମୁହଁରେ କିଛି ଖେଞ୍ଚି ଖେଞ୍ଚି ହେବା ଅନୁଭବ କଲେ। ସେ ଦର୍ପଣକୁ ଦେଖିବା ମାତ୍ରେ ତାଙ୍କ ହୋସ୍ ଉଡ଼ିଗଲା। ପ୍ରଥମେ ତ ତାଙ୍କ ମୁହଁ ପୋଡିଯାଇଥିଲା, ଏହା ସହିତ ତାଙ୍କ କପାଳରେ ପ୍ଲାଷ୍ଟିକ୍ ପରି କିଛି ହେଇଯାଇଥିଲା। ଚର୍ମର ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଏହାକୁ ଦେଖି କେହି ବି ଡରିଯିବ। କିନ୍ତୁ ସିରିନ୍ ଏହାକୁ ବି ହାଲୁକା ଭାବରେ ନେଇଥିଲେ। ସେ ଡାକ୍ତରଖାନା ନ ଯାଇ ଛୁଟିଦିନର ମଜା ନେଇଥିଲେ।
ପରଦିନ ତାଙ୍କ ମୁହଁରୁ ଚର୍ମ ଛାଡିବାକୁ ଲାଗିଲା। ତେବେ ଯାଇ ଚେତା ପଶିଲା ଓ ସେ ଡାକ୍ତରୀ ସାହାଯ୍ୟ ନେଲେ। ଏବେ ତାଙ୍କ ମୁହଁରୁ ସବୁ ଚର୍ମ ବାହାରି ଆସିଛି। ଏହାକୁ ନେଇ ସେ କହିଛନ୍ତି ଯେ ସେ ଏହି ଲୁକ୍କୁ ବହୁତ ପସନ୍ଦ କରୁଛନ୍ତି। ତାଙ୍କୁ ଲାଗୁଛି ସତେ ଯେମିତି ସେ ପୁନର୍ବାର ଜନ୍ମ ହୋଇଛନ୍ତି। ତେବେ ବିନା ସନ୍ସ୍କ୍ରିନ୍ରେ ସୂର୍ଯ୍ୟକିରଣକୁ ନ ଯିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/BAnb1js
No comments: