ପ୍ରୋଟିନର ଅଭାବକୁ ପୂରଣ କରିବା ପାଇଁ ସମଗ୍ର ବିଶ୍ୱରେ ଲୋକମାନେ ଅଣ୍ଡା ଉପରେ ପ୍ରାଧାନ୍ୟ ଦେଇଥାଆନ୍ତି। ଅଣ୍ଡାରେ ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ। ଡାକ୍ତରମାନେ ଲୋକଙ୍କୁ ଅଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଭାରତରେ ଗୋଟିଏ ଅଣ୍ଡାକୁ ସାଧାରଣତଃ ୫ଟଙ୍କାରୁ ୮ଟଙ୍କା ପର୍ଯ୍ୟନ୍ତ ମିଳେ। କଡକନାଥ ପରି ସ୍ୱତନ୍ତ୍ର ଅଣ୍ଡାର ମୂଲ୍ୟ ମଧ୍ୟ ୮୦ରୁ ୧୦୦ଟଙ୍କା ହୋଇଥାଏ। ଯଦି କେହି କୁହେ ଗୋଟିଏ କୁକୁଡ଼ା ଅଣ୍ଡାର ମୂଲ୍ୟ ୫୦ ହଜାର ଟଙ୍କା ଏହାକୁ କିଏ ବା ବିଶ୍ୱାସ କରିବ? କିନ୍ତୁ ଏହା ସଂପୂର୍ଣ୍ଣ ସତ।
ଗୋଟିଏ କୁକୁଡ଼ା ଏପରି ସ୍ୱତନ୍ତ୍ର ଅଣ୍ଡା ଦେଇଛି ଯାହା ୫୦୦ ପାଉଣ୍ଡରେ ଅର୍ଥାତ୍ ୫୦ ହଜାର ଟଙ୍କାରେ ବିକ୍ରି ହେଉଛି। ଏହି ସ୍ୱତନ୍ତ୍ର ଅଣ୍ଡା ବ୍ରିଟେନ୍ରେ ରହୁଥିବା ଏକ ପରିବାର ଦ୍ୱାରା ବିକ୍ରି ହେଉଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି ଅଣ୍ଡାରେ ଏମିତି କ’ଣ ଅଛି ଯେ ତାହାକୁ ୫୦ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଆସନ୍ତୁ ଜାଣିବା କାହିଁକି ଏହି ଅଣ୍ଡାକୁ ଏତେ ମହଙ୍ଗାରେ ବିକ୍ରି କରାଯାଉଛି?
ଏକ ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରିଟେନର ଏକ ପରିବାର ପ୍ରାୟ ୨୦ ବର୍ଷ ଧରି ଉଦ୍ଧାର ହୋଇଥିବା କୁକୁଡ଼ାକୁ ପାଳୁଛନ୍ତି। ଦିନେ ଏହି କୁକୁଡ଼ାମାନଙ୍କ ମଧ୍ୟରୁ ଗୋଟିଏ ସ୍ୱତନ୍ତ୍ର ଅଣ୍ଡା ଦେଇଥିଲା, ଯାହା କୁକୁଡା ମାଲିକ ଆନ୍ନାବେଲଙ୍କ ପରିବାରକୁ ଆଶ୍ଚର୍ଯ୍ୟ କରିଥିଲା। ଏଭଳି ଅନନ୍ୟ ଅଣ୍ଡା ଦେଉଥିବା କୁକୁଡାର ନାମ ହେଉଛି ଟ୍ୱିନ୍ସ୍କୀ।
କୁକୁଡ଼ାଟି ଯେଉଁ ଅନନ୍ୟ ଅଣ୍ଡା ଦେଇଛି ତାହା ଗୋଲାକାର ଥିଲା ଏବଂ ଅନ୍ନାବଲ୍ ଏହି ଅଣ୍ଡାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା ବିଷୟରେ ଜାଣିବା ପଇଁ ଆନ୍ନାବେଲ ଗୁଗୁଲର ସହାୟତା ନେଇଥିଲେ। ଗୁଗୁଲ୍ରେ ଖୋଜିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଏହା ଏକ ବିରଳ ଅଣ୍ଡା।
ଏହି ଅଣ୍ଡା ଦେଖିବାକୁ ସାଧାରଣ ଅଣ୍ଡା ପରି ନଥିଲା, କାରଣ ଏହା ସମ୍ପୂର୍ଣ୍ଣ ରୂପେ ଗୋଲାକାର ଥିଲା। କୋଟି କୋଟି ଅଣ୍ଡାରେ ଏମିତି ଗୋଟିଏ ଅଣ୍ଡା ହୋଇଥାଏ। ଆନ୍ନାବେଲ କହିଛନ୍ତି ଯେ ଏହା ଏତେ ଗୋଲାକାର ଯେ ଟେବୁଲ ଉପରେ ରଖିବା ମାତ୍ରେ ଏହା ତଳେ ପଡିପାରେ।
ଏଭଳି ଅନନ୍ୟ ଅଣ୍ଡାକୁ ବିକ୍ରି କରିବା ପାଇଁ ଆନ୍ନାବେଲ ପ୍ରଥମେ ଏହାର ମୂଲ୍ୟ ୧୦ ହଜାର ରଖିଥିଲେ; କିନ୍ତୁ ଏହାର ମୂଲ୍ୟ ନିଲାମରେ ବଢି ଚାଲିଲା। ସେ ଏହାକୁ ଇ-କମର୍ସ ୱେବ୍ସାଇଟ୍ରେ ତାଲିକାଭୁକ୍ତ କରିଛନ୍ତି ଯେଉଁଠାରେ ଏହାର ମୂଲ୍ୟ ୪୭ ହଜାରରେ ପହଞ୍ଚିଛି। କୁହାଯାଉଛି ଯେ ଏହି ଅନନ୍ୟ ଏବଂ ବିରଳ ଅଣ୍ଡାର ମୂଲ୍ୟ ୫୦ ହଜାର ପର୍ଯ୍ୟନ୍ତ ଯାଇପାରେ। ଆନ୍ନାବେଲଙ୍କ ଅନୁଯାୟୀ, ସେ ୨୦ ବର୍ଷ ଧରି କୁକୁଡ଼ା ପାଳୁଛନ୍ତି ଏବଂ ସେମାନଙ୍କ ସଂଖ୍ୟା ବଢି ବଢି ଚାଲିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/KPi3E0V
No comments: