ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି, ହୁସିଆର୍! Pramod Behera

ଆଜି ବି ଭାରତରେ ଅଧିକାଂଶ ଲୋକ ପଙ୍ଖା ବ୍ୟବହାର କରନ୍ତି। ଅତ୍ୟଧିକ ଗରମ ହେଉ କି ସାମାନ୍ୟ ଗରମ, ଲୋକେ ପଙ୍ଖା ବ୍ୟବହାର କରନ୍ତି। ବିଦେଶରେ କିନ୍ତୁ ବର୍ତ୍ତମାନ ପଙ୍ଖାର ଚାହିଦା କମି କମି ଚାଲିଛି। ଭାରତରେ ଏହା ପ୍ରାୟ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳେ। ଅନେକ ଲୋକ ଅଛନ୍ତି ଖରା, ବର୍ଷା ଓ ଶୀତରେ ପଙ୍ଖା ଦେଇ ରାତିସାରା ଶୋଇବାର ଅଭ୍ୟାସ ରଖନ୍ତି।

କମ୍ ଗରମ ଥିବା ବେଳେ ଆମେ ୧ କିମ୍ବା ୨ରେ ପଙ୍ଖା ଦେଉଥିବା ବେଳେ ଅଧିକ ଗରମ ହୁଏ ତେବେ ପଙ୍ଖାକୁ ବେଗକୁ ବଢେଇବା ନେଇ ରେଗୁଲେଟର ୫ ନମ୍ବରକୁ ଚାଲିଯାଏ। ଯଦି ଆପଣଙ୍କର ବି ରାତିସାରା ପଙ୍ଖା ଦେଇ ଶୋଇବାର ଅଭ୍ୟାସ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ଖବର ପଢିବା ପରେ, ଆପଣ ବୋଧହୁଏ ଭବିଷ୍ୟତରେ ଏପରି ଭୁଲ୍ ଆଉ କରିବେ ନାହିଁ।

ରାତିରେ ପଙ୍ଖା ଚାଲିଲେ ଏହା ରୁମର ତାପମାତ୍ରାକୁ ହ୍ରାସ କରିପାରେ, କିନ୍ତୁ ଏହି କାରଣରୁ ଆପଣଙ୍କୁ ଅନ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବିଶେଷତଃ ଯେତେବେଳେ ପ୍ରବଳ ଗରମ ହୁଏ, ତେବେ ଲୋକମାନେ ଏହା କରିବା ଉଚିତ୍ ନୁହେଁ। ଏହି କାରଣରୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।

ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଯଦି ଗରମ ହୁଏ, ତେବେ ରାତିସାରା ପଙ୍ଖା ଚଳାଇବା ବ୍ୟତୀତ ଆହୁରି ଅନେକ ଉପାୟ ଅଛି, ଯାହା ଦ୍ୱାରା ରୁମ୍‌କୁ ଥଣ୍ଡା କରାଯାଇପାରେ। ରାତିସାରା ପଙ୍ଖା ଚଳାଇବା ବଦଳରେ ଏହି ଉପାୟଗୁଡିକ ଗ୍ରହଣ କରିବା ଭଲ।

ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ:

ବିଶେଷଜ୍ଞଙ୍କ ଅନୁଯାୟୀ ଗରମ ସମୟରେ ଦିନ ବେଳେ ରୁମ୍‌ର ପରଦା ପକେଇ ରଖିବାକୁ ଚେଷ୍ଟା କରନ୍ତୁ। ଏହା ରୁମ୍‌ର ତାପମାତ୍ରା ହ୍ରାସ କରିବ। ଯଦି ଆପଣ ରାତିସାରା ପଙ୍ଖା ଚଲାନ୍ତି, ତେବେ ଆଜିଠାରୁ ଏହାକୁ ବନ୍ଦ କରିବା ଦରକାର। ଏହି ଅଭ୍ୟାସ ହେତୁ, ଆପଣଙ୍କର ଅନେକ ଅସୁବିଧା ହୋଇପାରେ। ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସବୁଠାରୁ ଖରାପ ପ୍ରଭାବ ପଡିଥାଏ। ରାତିସାରା ପଙ୍ଖା ଚାଲୁଥିବାରୁ ଶରୀର ଅନେକ ପ୍ରକାର ରୋଗର ଶିକାର ହୋଇପାରେ। ସ୍ଲିପ୍ ଏକ୍ସପୋର୍ଟ ତଥା MattressNextDay ର ସିଇଓ ମାର୍ଟିନ୍‌ ସିଲେ ଏହି ସୂଚନା ଲୋକଙ୍କୁ ବିସ୍ତୃତ ଭାବରେ ଦେଇଛନ୍ତି।

ବିପଦର ଆଶଙ୍କା:

ରାତିସାରା ପଙ୍ଖା ଦେଇ ଶୋଇଲେ ପରଦିନ ଶରୀରରେ ଯନ୍ତ୍ରଣା ହୋଇଥାଏ। ଏପରି ହେଉଥିଲେ ରାତିରେ ଫ୍ୟାନ୍ ତଳେ ଶୋଇବା ଠାରୁ ଦୂରେଇ ରହିବା ଉଚିତ। ମାର୍ଟିନ ସିଲେଙ୍କ ଅନୁଯାୟୀ, ଥଣ୍ଡା ପବନ ମାଂସପେଶୀରେ କୁପ୍ରଭାବ ପକେଇଥାଏ ଏବଂ ଶାରିରୀକ ଯନ୍ତ୍ରଣା ଦେଇଥାଏ।

ପଙ୍ଖାରେ ଶୋଇବା ଦ୍ୱାରା ବେକରେ ଯନ୍ତ୍ରଣା ହୋଇଥାଏ। ଆଜ୍‌ମା ରୋଗୀମାନେ ପଙ୍ଖା ଦେଇ ଶୋଇବା ଉଚିତ ନୁହେଁ। ରାତିସାରା ପଙ୍ଖାରେ ଶୋଇବା ଦ୍ୱାରା ଦିନରେ ଅଧିକ ଛିଙ୍କ ହେବା ସହ ଆଖିରୁ ପାଣି ବାହାରେ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦିଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/zVUPIWJ
ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି, ହୁସିଆର୍! Pramod Behera ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି, ହୁସିଆର୍! Pramod Behera Reviewed by SUBHENDU BARAL on August 13, 2022 Rating: 5

No comments:

Powered by Blogger.