NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ! Pramod Behera

ବାର ବାର ସୃଷ୍ଟି ବିନାଶର ଖବର ସାମ୍ନାକୁ ଆସୁଛି। ଅନେକ ସମୟରେ କୁହାଯାଏ ଯେ ଏହି ଦିନ ପ୍ରଳୟ ଆସିବ, ଏହିଦିନ ପୃଥିବୀକୁ ବିପଦ ଅଛି ଇତ୍ୟାଦି। ଏଥିରୁ କେତେକ ସତ ହୋଇଥିବା ବେଳେ ଅନେକ ପ୍ରମାଣିତ ହୋଇନାହିଁ। ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି ଏ ପୃଥିବୀ ଶେଷ ହେବ, ତେବେ କେବଳ ମହାକାଶରୁ ଆସିଥିବା କୌଣସି ଏକ ଉଲ୍‌କା ପିଣ୍ଡ ହିଁ ଏହାର କାରଣ ହେବ।

ଏହା ପଛର କାରଣ ହେଉଛି ଇତିହାସ। ଏହା ବିଶ୍ୱାସ କରିବାର କାରଣ ହେଉଛି ମହାକାଶରୁ ଆସିଥିବା ଏକ ଉଲକା ପିଣ୍ଡ ଯୋଗୁଁ ହିଁ ବିଶ୍ୱରୁ ଡାଇନୋସର ବଂଶ ବିଲୁପ୍ତ ହେଲା। ଏହି କାରଣରୁ, ମାନବଜାତିର ସମାପ୍ତି ମଧ୍ୟ ଏହି କାରଣରୁ ଘଟିବ ବୋଲି ସମସ୍ତେ ବିଶ୍ୱାସ କରନ୍ତି ଓ ଭୟ ମଧ୍ୟ କରନ୍ତି।

ପୂର୍ବରୁ ଅନେକ ଥର ଖବର ଆସିଛି ଯେ ବିଶ୍ୱ ଏହି ଦିନ ଶେଷ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ସେମିତି କିଛି ହୋଇନାହିଁ। ଅନେକ ଥର ବୈଜ୍ଞାନିକମାନେ ପୃଥିବୀ ପାଖ ଦେଇ ଏକ ଉଲ୍‌କା ପିଣ୍ଡ ଅତିକ୍ରମ କରିଥିବାର ଦାବି କରି ଲୋକଙ୍କୁ ଆଶ୍ଚର୍ଯ୍ୟ। ବର୍ତ୍ତମାନ ପୁଣି ଥରେ ସମାନ ଭବିଷ୍ୟବାଣୀ କରାଯାଇଛି।

ତେବେ ଏଥର କିନ୍ତୁ ଏହି ମାମଲାକୁ ଗୁରୁତର ସହ ନିଆଯାଉଛି କାରଣ ଏହାକୁ କୌଣସି ଜ୍ୟୋତିର୍ବିଦ ନୁହେଁ ବରଂ ନାସା ଚେତାବନୀ ଦେଇଛି। ନାସା କ୍ରମାଗତ ଭାବରେ ଏହି ଉଲ୍‌କା ପିଣ୍ଡ ଉପରେ ନଜର ରଖିଛି। ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ ଏବଂ ଏହି କାରଣରୁ ଏହାକୁ “Potentially Hazardous Asteroid- ସମ୍ଭାବ୍ୟ ବିପଜ୍ଜନକ ଉଲ୍‌କା ପିଣ୍ଡ” ଭାବରେ ଘୋଷଣା କରାଯାଇଛି।

ନାସା କହିଛି ଯେ ଏହି ଉଲ୍‌କା ପିଣ୍ଡ ସିଧାସଳଖ ପୃଥିବୀ ସହିତ ଧକ୍କା ହେବ ନାହିଁ। ବରଂ ଏହା ପୃଥିବୀର କଡ ଦେଇ ଗତି କରିବ। ଏଥିରେ ବିପଦ କମ୍ ରହିଛି। କିନ୍ତୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ନିଜ ଆଡକୁ ଟାଣି ନେଇପାରେ। ଏନେଇ ବିପଦକୁ ସଂପୂର୍ଣ୍ଣ ଭାବେ ଏଡେଇ ଦେଇ ହେବ ନାହିଁ। ଏହି ଉଲ୍‌କା ପିଣ୍ଡ ଖୁବ ବଡ ବୋଲି କୁହାଯାଉଛି।

ଏହାକୁ ଗତ ମାସରେ ବୈଜ୍ଞାନିକମାନଙ୍କ ଦ୍ୱାରା ଆବିଷ୍କୃତ କରାଯାଇଥିଲା ଏବଂ ବର୍ତ୍ତମାନ ୧୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୮ରେ ଏହା ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ ବୋଲି କୁହାଯାଉଛି। ନାସାର ହିସାବ ଅନୁଯାୟୀ, ଏହା ଅଗଷ୍ଟ ୧୮ରେ ପୃଥିବୀଠାରୁ ମାତ୍ର ୬.୩ ମିଲିୟନ କିଲୋମିଟର ଦୂର ଦେଇ ଅତିକ୍ରମ କରିବ।

ନାସା କହିଛି ଯେ ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା କମ୍ ଥିଲେ ବି ବିପଦକୁ ଏଡେଇ ଦେଇ ହେବ ନାହିଁ। ଏହାର ଆକାର ବହୁତ ବଡ। କୁହାଯାଉଛି ଯେ ଏହି ଉଲ୍‌କା ପିଣ୍ଡଟି ୧୦୦ରୁ ୨୩୦ମିଟର ପର୍ଯ୍ୟନ୍ତ ବଡ ହୋଇପାରେ। ଏହାର ଉଚ୍ଚତା ୨୩୫ ମିଟର। ନାସା ଏହାକୁ ଏକ ସମ୍ଭାବ୍ୟ ବିପଜ୍ଜନକ ଉଲ୍‌କା ପିଣ୍ଡ ବୋଲି ବର୍ଣ୍ଣନା କରିଛି।

ଏହା ବ୍ୟତୀତ ଅଗଷ୍ଟ ମାସରେ ପୃଥିବୀ ନିକଟରେ ଆଉ ଏକ ଉଲ୍‌କା ପିଣ୍ଡ 2019 AV13 ଅତିକ୍ରମ କରିବାର ସମ୍ଭାବନା ଅଛି। ଏହା ଅଗଷ୍ଟ ୨୨ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ। କିନ୍ତୁ କୁହାଯାଉଛି ଯେ ଏହା ପୃଥିବୀ ନିକଟରେ ପହଞ୍ଚିବା ବେଳକୁ ଏହାର ଆକାର ହ୍ରାସ ପାଇବ।



from Latest Odisha News, Breaking News Today | Top Updates on Corona - OTV News https://ift.tt/aDfv4wN
NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ! Pramod Behera NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ! Pramod Behera Reviewed by SUBHENDU BARAL on August 09, 2022 Rating: 5

No comments:

Powered by Blogger.