ରୁଷ ବିରୋଧରେ ଭୋଟ ଦେଲା ଭାରତ : ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ଭାରତର ସମର୍ଥନ; ମତଦାନରୁ ଦୁରେଇ ରହିଲା ଚୀନ Kanak News
କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ପରଠୁ ପ୍ରଥମ ଥର ପାଇଁ ଭାରତ ରୁଷ ବିରୋଧରେ ଭୋଟ ଦେଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ ସମର୍ଥନ କରିଛି ଭାରତ । ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସଂକ୍ରାନ୍ତୀୟ ଏକ ପ୍ରକ୍ରିୟାଗତ ମତଦାନ ସମୟରେ ଭାରତ ରୁଷ ବିରୋଧରେ ଭୋଟ ଦେଇଛି । ଜାତିସଂଘ ସୁରକ୍ଷା ପରିଷଦକୁ ଟେଲି କନଫରେନ୍ସ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ସମ୍ବୋଧନ କରିବା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯାଇଥିଲା ।
ଏଥିରେ ଭାରତ ସମେତ ୧୩ଟି ରାଷ୍ଟ୍ର ୟୁକ୍ରେନକୁ ମମର୍ଥନ କରିଥିବା ବେଳେ ଚୀନ ଭୋଟଦାନରୁ ଦୂରେଇ ରହିଥିଲା । ଫେବୃୟାରୀ ୨୪ରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ଭାରତ କାହାକୁ ଖୋଲାଖୋଲି ସମର୍ଥନ ଦେଇ ନାହିଁ । ଦୁଇ ଦେଶ ଆଲୋଚନା ଜରିଆରେ ଶାନ୍ତି ଫେରାଇ ଆଣିବାକୁ ଭାରତ ଅପିଲ କରି ଆସୁଛି । ହେଲେ ପ୍ରଥମ ଥର ପାଇଁ ବନ୍ଧୁ ରାଷ୍ଟ୍ର ରୁଷ ବିରୋଧରେ ଭୋଟ ଦେଇ ଭାରତ କହିଛି, ସମସ୍ତ ରାଷ୍ଟ୍ରକୁ ଜାତିସଂଘ ଆଗରେ ନିଜ ସମସ୍ୟା କହିବା ଅଧିକାର ରହିବା ଆବଶ୍ୟକ ।
ସେପଟେ ରୁଷ କହିଛି, ଜାତିସଂଘ ସୁର କ୍ଷା ପରିଷଦକୁ ଜଜେଲେନସ୍କିଙ୍କ ସମ୍ବୋଧନକୁ ବିରୋଧ କରାଯାଉ ନାହିଁ । ହେଲେ ଟେଲି କନଫରେନ୍ସରେ ଜେଲେନସ୍କିଙ୍କ ସମ୍ବୋଧନ ପ୍ରସ୍ତାବକୁ ମସ୍କୋ ଘୋର ବିରୋଧ କରୁଛି ।
The post ରୁଷ ବିରୋଧରେ ଭୋଟ ଦେଲା ଭାରତ : ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ଭାରତର ସମର୍ଥନ; ମତଦାନରୁ ଦୁରେଇ ରହିଲା ଚୀନ first appeared on Kanak News.
from Kanak News https://ift.tt/NgHCKfp https://ift.tt/hsjACIo
No comments: