ରାଜଧାନୀରେ ଅଳିଆ ବିବାଦକୁ ନେଇ ଆଜି ବୈଠକ : ବିଏମସି ମେୟର, ଅଧିକାରୀଙ୍କ ସମେତ ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହେବ Kanak News
କନକ ବ୍ୟୁରୋ : ରାଜଧାନୀରେ ଅଳିଆ ବିବାଦକୁ ନେଇ ଆଜି ବୈଠକ ବସିବ । ବିଏମସି ମେୟର, କମିଶନର ଓ ଅନ୍ୟ ଅଧିକାରୀଙ୍କ ସମେତ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ । ଗାଁରେ ଅଳିଆ ନପକାଇଦେବାକୁ ଜିଦ ଧରିଛନ୍ତି ଦାରୁଠେଙ୍ଗବାସୀ । ଦାରୁଠେଙ୍ଗରେ ଆବର୍ଜନା ପଡ଼ିିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସେଠାରେ ଆଉ ଅଳିଆ ଯେଭଳି ନପଡେ ସେନେଇ ପ୍ରତିବାଦ କରିଛନ୍ତି ଲୋକେ ।
ସେପଟେ ବିଏମସି ପୁଲିସ ସହାୟତାରେ ଅଳିଆ ପକାଇବକୁ ପ୍ରୟାସ କରୁଥିବା ବେଳେ ଜୋରଦାର ନାରାବାଜି ସହିତ ଆନ୍ଦୋଳନକୁ କରିଛନ୍ତି ଦାରୁଠେଙ୍ଗବାସୀ । ତେଣୁ ଏହାର ସମାଧାନ ପାଇଁ ଏହି ବୈଠକ ଡକାଇଛି ବିଏମସି । ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି ଘେରାଉ କରିଥିଲା ବିଜେପି । ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡ଼ୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ ପଛରେ ଥିବା ଟିଟିଏସରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ଏହାପରେ ସମସ୍ୟାର ସମାଧାନ କରିବାକୁ ବିଜେପି ଚେତାବନୀ ଦେଇଛି । ଯଦି ଅଳିଆ ନଉଠେ ତେବେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛି ।
ସହରର ବହୁ ସ୍ଥାନରୁ ଆବର୍ଜନା ଉଠୁନି । ଯେତିକି ଉଠୁଛି, ତାକୁ ପକାଇବାକୁ ଜାଗା ନାହିଁ । ଖୋଦ୍ ରାଜଧାନୀରେ ଗୁରୁତର ବିଭ୍ରାଟ ଦେଖା ଦେଇଥିଲେ ବି ରାଜ୍ୟ ସରକାର ଚୁପ୍ ବସିଛନ୍ତି । ବିଏମ୍ସିରେ ଧଳା ହାତୀ ପୋଷା ହୋଇଛନ୍ତି । କେବଳ ପରିମଳ ବିଭାଗରେ ୫୦ରୁ ଊର୍ଦ୍ଧ୍ବ କର୍ମଚାରୀ ଓ ଅଧିକାରୀ ଅଛନ୍ତି । ଲକ୍ଷ ଲକ୍ଷଟଙ୍କା ଦରମା ଯାଉଛି । ହେଲେ ଲାଭ କିଛି ହେଉ ନାହିଁ । ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କ ଦୁଇ ଦୁଇ ଥର ବଦଳି ହେଲାଣି । ହେଲେ ସେ ଯାଉ ନାହାନ୍ତି କିମ୍ବା ଏଠାରେ ସମସ୍ୟା ସମାଧାନ ମଧ୍ୟ କରୁନାହାନ୍ତି । ବିଏମ୍ସି ପ୍ରଚାର ସର୍ବସ୍ବ ହୋଇପଡ଼ିଛି ।
The post ରାଜଧାନୀରେ ଅଳିଆ ବିବାଦକୁ ନେଇ ଆଜି ବୈଠକ : ବିଏମସି ମେୟର, ଅଧିକାରୀଙ୍କ ସମେତ ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହେବ first appeared on Kanak News.
from Kanak News https://ift.tt/tkiWzbh https://ift.tt/ZFLAruf
No comments: