କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଗ୍ରସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ନିବେଶ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ । ଏହି ନିବେଶକ, ଆମ୍ବାସାଡର୍ସ ବାହାର ଦେଶର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିବେ । ଆମେରିକା, ୟୁଏଇ, ଓମାନ, କାତାର, ୟୁକେ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶର ପ୍ରତିନିଧି ଭାବେ ଏହି କନକ୍ଲେଭରେ ଯୋଗ ଦେବେ ।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାବାଦ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୪ ତାରିଖରେ ଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏକ ସ୍ୱତନ୍ତ୍ କାର୍ଯ୍ୟକ୍ରମରେ ନବୀନଙ୍କୁ ଲାଇଫ୍ ଟାଇମ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରାଯିବ । ଇଂଟରନ୍ୟାସନାଲ ସେଂଟର ଅଡିଟୋରିଅମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି.ରମଣା ନବୀନଙ୍କୁ ସମ୍ମାନିତ କରିବେ ।
The post ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ଓଡ଼ିଶାରେ ନିବେଶ ନେଇ ବିଦେଶୀ ନିବେଶକଙ୍କ ସହ କରିବେ ଆଲୋଚନା first appeared on Kanak News.
from Kanak News https://ift.tt/vMzbRac https://ift.tt/Hdo0RUF
No comments: