କନକ ବ୍ୟୁରୋ : କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଅକ୍ଟୋବର ୧୭ରେ ହେବ ଏଆଇସିସି ସଭାପତି ପଦ ପାଇଁ ନିର୍ବାଚନ । କଂଗ୍ରେସ ୱାର୍କିଂ କମିଟିରେ ନିଷ୍ପତ୍ତି ନିଆଯାଇଛି । ଗାନ୍ଧୀ ପରିବାର ଭିତରୁ ନାଁ ଅଣଗାନ୍ଧି ସମ୍ଭାଳିବେ କଂଗ୍ରେସ ଚର୍ଚ୍ଚା ଜୋରଦାର । ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ ଏବଂ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇପାରିବ । ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ରଖାଯାଇଛି ।
ପରବର୍ତ୍ତୀ ସଭାପତି ନିର୍ବାଚନ ପାଇଁ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିଡବ୍ଲୁସିର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ଏବଂ ନିର୍ବାଚନ ତାରିଖ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ସୂଚନାଯୋଗ୍ୟ, ସୋନିଆ ଏବେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ତାଙ୍କ ସହ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯାଇଛନ୍ତି । ବୈଠକରେ ବରିଷ୍ଠ ନେତା ଆନନ୍ଦ ଶର୍ମା, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ, କେସି ବେଣୁଗୋପାଳ, ପୂର୍ବ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ମୁକୁଲ ବାସନିକ, ପି ଚିଦମ୍ବରମ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରମୁଖ ଉପସ୍ଥିତ ଥିଲେ ।
The post କଂଗ୍ରେସକୁ ମିଳିବ ନୂଆ ମୁଖିଆ : ଅକ୍ଟୋବର ୧୭ରେ ହେବ ଏଆଇସିସି ସଭାପତି ପଦ ପାଇଁ ନିର୍ବାଚନ first appeared on Kanak News.
from Kanak News https://ift.tt/Am8BSTN https://ift.tt/1EI0BTz
No comments: