ଝାଡ଼ଖଣ୍ଡ ରାଜନୈତିକ ଡ୍ରାମା : ରାଞ୍ଚି ଫେରିଲେ ରାୟପୁର ରିସୋର୍ଟରେ ଥିବା ୪ ମନ୍ତ୍ରୀ; ଆଜି କ୍ୟାବିନେଟ ବୈଠକରେ ହେବେ ସାମିଲ Kanak News

କନକ ବ୍ୟୁରୋ : ଝାଡଖଣ୍ଡରେ ଚାଲିଛି ରାଜନୈତିକ ଡ୍ରାମା । ଶାସକ ମେଣ୍ଟ ନିଜ ବିଧାୟକଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛି । ମଙ୍ଗଳବାର ୟୁପିଏର ୩୧ ଜଣ ବିଧାୟକଙ୍କୁ ଛତିଶଗଡ଼ ରାୟପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାକାର ମେ’ ଫେୟାର ରିସୋର୍ଟରେ ସେମାନଙ୍କୁ ରଖାଯାଇଛି । ଏହାରି ମଧ୍ୟରେ କଂଗ୍ରେସର ୪ ଜଣ ମନ୍ତ୍ରୀ ରାଞ୍ଚି ଫେରିଛନ୍ତି ।

ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏମାନେ ସାମିଲ ହେବେ । ଦିନ ୪ଟାରେ ଏହି କ୍ୟାବିନେଟ୍ ବୈଠକ ହେବ । ବୈଠକରେ ସାମିଲ ହେବା ପରେ ପୁଣି ରାୟପୁର ଫେରିଯିବେ ବୋଲି ଜଣାପଡ଼ିଛି । ସେପଟେ ରିସୋର୍ଟରେ ଥିବା ବିଧାୟକମାନଙ୍କୁ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ମରାମତି ନାଁରେ ରିସୋର୍ଟକୁ ବ୍ୟାରିକେଟିଂ କରାଯାଇଛି । ବିଜେପି ଘୋଡା ବେପାର କରୁଥିବା ଅଭିଯୋଗ କରି ବିଧାୟକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି ।

The post ଝାଡ଼ଖଣ୍ଡ ରାଜନୈତିକ ଡ୍ରାମା : ରାଞ୍ଚି ଫେରିଲେ ରାୟପୁର ରିସୋର୍ଟରେ ଥିବା ୪ ମନ୍ତ୍ରୀ; ଆଜି କ୍ୟାବିନେଟ ବୈଠକରେ ହେବେ ସାମିଲ first appeared on Kanak News.



from Kanak News https://ift.tt/0wRPxSD https://ift.tt/I28tXN5
ଝାଡ଼ଖଣ୍ଡ ରାଜନୈତିକ ଡ୍ରାମା : ରାଞ୍ଚି ଫେରିଲେ ରାୟପୁର ରିସୋର୍ଟରେ ଥିବା ୪ ମନ୍ତ୍ରୀ; ଆଜି କ୍ୟାବିନେଟ ବୈଠକରେ ହେବେ ସାମିଲ Kanak News ଝାଡ଼ଖଣ୍ଡ ରାଜନୈତିକ ଡ୍ରାମା : ରାଞ୍ଚି ଫେରିଲେ ରାୟପୁର ରିସୋର୍ଟରେ ଥିବା ୪ ମନ୍ତ୍ରୀ; ଆଜି କ୍ୟାବିନେଟ ବୈଠକରେ ହେବେ ସାମିଲ Kanak News Reviewed by SUBHENDU BARAL on August 31, 2022 Rating: 5

No comments:

Powered by Blogger.