ଏନଡିଏରୁ ଓହରିବା ପରେ ଜେଡିୟୁ ଉପରେ ବର୍ଷିଲା ବିଜେପି : କହିଲା, ବିହାରର ଲୋକେ ନୀତୀଶଙ୍କୁ କେବେ କ୍ଷମା କରିବେ ନାହିଁ Kanak News

କନକ ବ୍ୟୁରୋ : ବିହାରରେ ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଉପରେ ବର୍ଷିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ନୀତୀଶଙ୍କ ଉପରେ କିଛି ଗୁରୁତର ଅଭିଯୋଗ ଆଣିବା ସହ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ । ରବିଶଙ୍କର କହିଛନ୍ତି, ନୀତୀଶ କୁମାର ଆମ ହାତ ଛାଡ଼ିଛନ୍ତି ଏବଂ ଅଭିଯୋଗ ଆଣିଛନ୍ତି ଯେ ବିଜେପି ତାଙ୍କ ଦଳକୁ ଭାଙ୍ଗିବା ପାଇଁ କାମ କରୁଛି ।

କିନ୍ତୁ ନୀତୀଶ କୁମାର ଜାଣି ରଖିବା ଦରକାର ଯେ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ତାଙ୍କୁ ଦୁଇଥର ଅର୍ଥାତ୍ ୨୦୧୯ ଓ ୨୦୨୦ରେ ତାଙ୍କୁ ଜନାଦେଶ ମିଳିଥିଲା । ଯେତେବେଳେ ତାଙ୍କୁ ଲାଗିବ, ତାଙ୍କ ପ୍ରତି ବିପଦ ରହିଛି, ସେ ବିଜେପି ସହ ହାତ ମିଳାଇବେ ଏବଂ ପରେ ଛାଡ଼ିଦେବେ । ଯଦି ବିଜେପି ତାଙ୍କୁ ଏତେ ଅସୁବିଧାରେ ପକାଇଥିଲା, ତାହେଲେ ସେ କାହିଁକି ଆମ ସହ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର । ସେପଟେ ବିଜେପି ନେତା ସୁଶୀଲ କୁମାର ମୋଦୀ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି ।

 

The post ଏନଡିଏରୁ ଓହରିବା ପରେ ଜେଡିୟୁ ଉପରେ ବର୍ଷିଲା ବିଜେପି : କହିଲା, ବିହାରର ଲୋକେ ନୀତୀଶଙ୍କୁ କେବେ କ୍ଷମା କରିବେ ନାହିଁ first appeared on Kanak News.



from Kanak News https://ift.tt/JxFu7v2 https://ift.tt/VB6szEp
ଏନଡିଏରୁ ଓହରିବା ପରେ ଜେଡିୟୁ ଉପରେ ବର୍ଷିଲା ବିଜେପି : କହିଲା, ବିହାରର ଲୋକେ ନୀତୀଶଙ୍କୁ କେବେ କ୍ଷମା କରିବେ ନାହିଁ Kanak News ଏନଡିଏରୁ ଓହରିବା ପରେ ଜେଡିୟୁ ଉପରେ ବର୍ଷିଲା ବିଜେପି : କହିଲା, ବିହାରର ଲୋକେ ନୀତୀଶଙ୍କୁ କେବେ କ୍ଷମା କରିବେ ନାହିଁ Kanak News Reviewed by SUBHENDU BARAL on August 09, 2022 Rating: 5

No comments:

Powered by Blogger.