କନକ ବ୍ୟୁରୋ : ନୂଆଁଖାଇରେ ଚାଷୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨ହଜାର ଲେଖାଏଁ ଟଙ୍କା । ରାଜ୍ୟର ଉପକୃତ ହେବେ ୪୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ । କାଳିଆ ଟଙ୍କା ବାବଦରେ ଚାଷୀଙ୍କୁ ଦିଆଯିବ ମୋଟ ୮୬୯ କୋଟି ଟଙ୍କା । ଏଥିରେ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀ ଉପକୃତ ହେବେ ।
ପୂର୍ବରୁ ବର୍ଷକୁ ୨ ଥର ଅକ୍ଷୟ ତୃତୀୟା, ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ । ଏଥିପାଇଁ ବଜେଟ୍ରେ ସ୍ୱତନ୍ତ୍ର ପ୍ରାବଧାନ ରଖାଯାଇଥିଲା । ପୂର୍ବରୁ ଦୁଇଟି କିସ୍ତିରେ ପାଞ୍ଚ ହଜାରେ ଲେଖାଏଁ ବର୍ଷକୁ ଦଶ ହଜାର ଟଙ୍କା ଦେଉଥିଲେ ସରକାର । ମାତ୍ର ଏବେ ସରକାର ସେହି ଅର୍ଥରାଶିକୁ କମାଇ ଦୁଇ ଦୁଇ ହଜାର, ବର୍ଷକୁ ଚାରି ହଜାର ଦେଉଛନ୍ତି । କାଳିଆ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ସଶକ୍ତ କରାଇବା । ୨୦୧୯ରୁ ଆରମ୍ଭ ହୋଇଛି ଏହି ଯୋଜନା ।
The post ନୂଆଁଖାଇରେ ଚାଷୀଙ୍କୁ ନବୀନଙ୍କ ଭେଟି : ଆଜି ପ୍ରତ୍ୟେକ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା first appeared on Kanak News.
from Kanak News https://ift.tt/3sXOp6a https://ift.tt/e6GZRg2
No comments: