ଓଜନ ବଢାଇବାର ସ୍ୱାସ୍ଥ୍ୟକର ଉପାୟ Ipsita Pradhan

ବିଶ୍ୱ ଓବେସିଟି ଫେଡେରେସନର ଆକଳନ ଅନୁସାରେ, ବର୍ଷ ୨୦୩୦ ସୁଧା ପୃଥିବୀର ପାଖାପାଖି ୧ ବିଲିୟନ୍ ଜନସଂଖ୍ୟା, ଅର୍ଥାତ ପ୍ରତି ୫ ଜଣରେ ଜଣେ ମହିଳା ଓ ପ୍ରତି ୭ ଜଣରେ ଜଣେ ପୁରୁଷ ଓବେସିଟି ବା ମେଦବହୁଳତାରେ ଆକ୍ରାନ୍ତ ଥିବେ। ଏତିକି ପଢିସାରିଲା ବେଳକୁ ଆପଣ ନିହାତି ଭାବୁଥିବେ, ତା' ହେଲେ ମୁଁ ଓଜନ ବଢାଇବା କଥା କାହିଁକି ଲେଖିଛି? ପ୍ରକୃତରେ ୱେଟ୍ ଲସ୍ ବା ଓଜନ ହ୍ରାସ କରିବା ପ୍ରଣାଳୀ ବିଷୟରେ ପଢିବା ପରେ କିଛି ପାଠକ ସାଧାରଣତଃ ଯେଉଁମାନେ ଅଣ୍ଡରୱେଟ୍ ବା ଯେଉଁମାନଙ୍କ ଓଜନ ଅତ୍ୟଧିକ କମ୍ ସେମାନେ ଅନେକ ବାର ଓଜନ କେମିତି ବୃଦ୍ଧି କରାଯାଇପାରିବ ସେ ବିଷୟରେ ଲେଖିବାକୁ ଅନୁରୋଧ କଲେଣି। ପ୍ରକୃତରେ ଓଭରୱେଟ୍ ଏବଂ ଅଣ୍ଡରୱେଟ୍ ଉଭୟ ହିଁ ସ୍ଚାସ୍ଥ୍ୟ ପ୍ରତି ବିପଦ।

ଓଜନ ବଢ଼ିବାର କେତୋଟି ସରଳ ଉପାୟ:

  • ସାଧାରଣତଃ ଅଣ୍ଡରୱେଟ୍ ମଣିଷମାନେ ଅଳ୍ପ ଖାଇବାରେ ହିଁ ପେଟ ଭର୍ତ୍ତି ବା ଭାରି ଅନୁଭବ କରନ୍ତି, ବେଶୀ ଖାଇପାରନ୍ତି ନାହିଁ। ଯାହାକୁ ଇଜି ସାଟେଇଟି କୁହାଯାଏ। ଏମିତି ହେଉଥିଲେ ଆପଣ ଦିନରେ ୨-୩ ଥର ଅଧିକ ଅଧିକ ଖାଇବାର ଅଯଥା ଚିନ୍ତା ନ କରି, ଅଳ୍ପଅଳ୍ପ କରି ୫-୬ ଥର ଖାଆନ୍ତୁ।
  • ବାଲାନ୍ସଡ୍ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଆହରରେ ଶସ୍ୟଜାତ, କ୍ଷୀରଜାତ ଓ ଲିନ୍ ପ୍ରୋଟିନ୍ (ଡାଲି ଜାତୀୟ, ବିଭିନ୍ନ ବିନ୍ସ, ମାଛ, ସ୍କିନ୍‌ଲେସ୍ ଲିନ୍ ଚିକେନ୍‌ ଓ ଅନ୍ୟାନ୍ୟ ପଶୁଜାତ ମା°ସ, ଟୋଫୁ, ୟୋଘର୍ଟ) ନିହାତି ରଖନ୍ତୁ। ଏହା ଛଡ଼ା ଫଳ, ପନିପରିବା, ସିଡ୍ସ, ନଟ୍ସ ମଧ୍ୟ ଖାଇବା ଜରୁରୀ। ୟା ଛଡା ସ୍ନେହସାର ମଧ୍ୟ ଗ୍ରହଣ କରନ୍ତୁ।
  • ସୋଡା, ସଫ୍ଟ ଡ୍ରିଙ୍କ୍ସ, କଫି ବଦଳରେ ସ୍ମୁଦି କିମ୍ବା ସେକ୍ ପିଅନ୍ତୁ। ସଫ୍ଟ ଡ୍ରିଙ୍କ୍ସଗୁଡିକ କେବଳ କ୍ୟାଲୋରୀ ଦେଉଥିବା ବେଳେ ସ୍ମୁଦି ଓ ସେକ୍ ପୋଷକତତ୍ତ୍ୱ ମଧ୍ୟ ପ୍ରଦାନ କରନ୍ତି। ଓଜନ ଓ ଭୋକ ବୃଦ୍ଧି ପାଇଁ ପାଚିଲା କଦଳୀ ସ୍ମୁଦି/ ସେକ୍ ବିଶେଷ ଲାଭକାରୀ। ଫ୍ରେସ୍ କିମ୍ବା ଫ୍ରୋଜେନ୍ ଫଳକୁ ଫୁଲ୍ କ୍ରିମ୍ କ୍ଷୀରରେ ଗ୍ରାଇଣ୍ଡ୍‌ ବା ମିକ୍ସ କରି ସେଥିରେ ଡ୍ରାଏ ଫ୍ରୁଟ୍ସ, ଡ୍ରାଏ ସିଡ୍ସ ଓ ଚିଆ ସିଡ୍ ମିଶାଇ ପିଇବା ଭଲ।
  • କିଛି ଲୋକ କୁହନ୍ତି ଯେ, ଖାଇବା ପୂର୍ବରୁ ପାଣି ପିଇଲେ ସେମାନଙ୍କ ଭୋକ ମରିଯାଏ। ଏମିତି କ୍ଷେତ୍ରରେ ଖାଇବା ସମୟରେ ମିଲ୍କ ସେକ୍ ବା ଚିଲ୍ଡ ମିଲ୍କ ମଝିରେ ମଝିରେ ଢୋକ ଢୋକ କରି ପିଅନ୍ତୁ କିମ୍ବା ଖାଇ ସାରିବାର ୩୦ ମିନିଟ୍ ପରେ ପାଣି ପିଅନ୍ତୁ। ଖାଇବାର ଘଣ୍ଟେ ଆଗରୁ ୩୦-୫୦ ମିଲି କାଞ୍ଜି, ତୋରାଣି, ପୁଦିନାପତ୍ର କିମ୍ବା ଅଦା ଚା, ଘୋଳ ଦହି ପିଇବା ଦ୍ୱାରା ଭୋକ ବଢିଥାଏ ଏବଂ ହଜମରେ ମଧ୍ୟ ସାହାଯ୍ୟ କରେ।
  • ନିଜ ଖାଇବାରେ ଟିକେ ଅଧିକ ଛେନା ବା ଚିଜ୍, କ୍ରିମ୍, ସ୍କ୍ରମ୍ବଲ୍ଡ ଏଗ୍, ନଟ୍ସ, ବେରୀ, ସିଡ୍ସ ବ୍ୟବହାର କରନ୍ତୁ। ଶୋଇବା ପୂର୍ବରୁ ହାଲୁକା ସ୍ନାକ୍ସ ନେଇ ଶୋଇବା ଓଜନ ବୃଦ୍ଧି ପାଇଁ ଭଲ।
  • ବାରମ୍ବାର ଓ ଅଧିକ ଖାଇବା କଥା ଭାବି ଅଧିକ ଚିନି, ଫ୍ରୋଜେନ୍ ଡେଜର୍ଟ, ଫାଷ୍ଟ୍ ଫୁଡ୍, କେକ୍, ବ୍ରାଉନି, ଛଣାଛଣି ଜିନିଷ ଖାଆନ୍ତୁ ନାହିଁ। ସପ୍ତାହରେ ଥରେ ଦୁଇଥରକୁ ଛାଡି ଅନ୍ୟ ସମୟରେ ବାଲାନ୍ସଡ୍ ଡାଏଟ୍ ନିଅନ୍ତୁ।
  • କେବଳ ଯେ ବାରମ୍ବାର ଓ ଅଧିକ ଖାଇବା-ପିଇବା ଉପରେ ଧ୍ୟାନ ଦେଲେ ସୁନ୍ଦର ଓ ସ୍ୱାସ୍ଥ୍ୟକର ଓଜନ ବୃଦ୍ଧି ହୋଇଯିବ ତାହା ଭୁଲ୍ ଧାରଣା। ଏଥିପାଇଁ ନିୟମିତ ବ୍ୟାୟାମ ମଧ୍ୟ ଆବଶ୍ୟକ। ବ୍ୟାୟାମ ଦ୍ୱାରା ଅପଣଙ୍କ ମା°ସପେଶୀ, ବୋନ୍, ଜଏଣ୍ଟ ଉନ୍ନତ ଓ ଷ୍ଟ୍ରଙ୍ଗ୍ ହେବ, ଯାହା କି ଆପଣଙ୍କର ଓଜନକୁ ବାଲାନ୍ସଡ୍ କରି ରଖିବ। କେବଳ ହାଇକ୍ୟାଲୋରୀ ଖାଦ୍ୟ ଉପରେ ଧ୍ୟାନଦେଲେ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି।
  • ଓଜନ ବଢେଇବା ଆଶାରେ ବଜାରରେ ଉପଲବ୍ଧ ଯେକୌଣସି ପ୍ରୋଟିନ୍ ପାଉଡର କିମ୍ବା ଔଷଧ ଉପରେ ନିର୍ଭର କରନ୍ତୁ ନାହିଁ।
  • ଯଦିଓ ଏହି ସାଧାରଣ ଉପାୟଗୁଡିକ ଅନେକଙ୍କୁ ଓଜନ ବଢିବାରେ ସାହାଯ୍ୟ କରେ କିନ୍ତୁ ଆହୁରି ଅନେକଙ୍କ କ୍ଷେତ୍ରରେ କୌଣସି ସୁଫଳ ଦେଇ ମଧ୍ୟ ନ ଥାଏ। ଏମିତି କ୍ଷେତ୍ରରେ ନିଜର ଡାକ୍ତରୀ ପରୀକ୍ଷା, ଡାକ୍ତର ଓ ଡାଏଟିସିଆନ୍ ବା ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ନେବା ଲାଭଦାୟକ।


from Latest Odisha News, Breaking News Today | Top Updates on Corona - OTV News https://ift.tt/pFuL6Kk
ଓଜନ ବଢାଇବାର ସ୍ୱାସ୍ଥ୍ୟକର ଉପାୟ Ipsita Pradhan ଓଜନ ବଢାଇବାର ସ୍ୱାସ୍ଥ୍ୟକର ଉପାୟ Ipsita Pradhan Reviewed by SUBHENDU BARAL on August 20, 2022 Rating: 5

No comments:

Powered by Blogger.