ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ବତନ୍ତ୍ର ବିମାନରେ କଡ଼ା ସୁରକ୍ଷାରେ ଭୁବନେଶ୍ୱରରେ ପହଞ୍ଚିଲେ। ଦୁଇ ଦିନିଆ ଗସ୍ତରେ ଓ଼ଡିଶା ଆସି ପହଞ୍ଚିଛନ୍ତି ଅମିତ ଶାହ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର। ଏୟାରପୋର୍ଟରେ ଶାହଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ ପାଇଁ କର୍ମୀ ଭିଡ଼ ଜମାଇଥିଲେ। ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକୁଥିଲା ଏୟାରପୋର୍ଟ।
ଓଡ଼ିଶାରେ ପହଂଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଭୁବନେଶ୍ୱର ଏୟାରପୋର୍ଟରେ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା... #Otv #AmitShah #Odisha pic.twitter.com/Xepo2bWbAx
— ଓଟିଭି (@otvkhabar) August 7, 2022
କାଲି(ସୋମବାର) ସକାଳ ୮ଟାରେ ଅମିତ ଶାହ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ପରେ ପରେ ଇଣ୍ଡୋର ଷ୍ଟାଡିୟମ୍ରେ ପାଳନ ହେବାକୁ ଥିବା ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେବେ। କଟକରେ ଅମିତ୍ ଶାହଙ୍କର କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ। କଟକରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବେ।
ଭୁବନେଶ୍ୱର ପାର୍ଟି ଅଫିସ୍ରେ କୋର୍ କମିଟି ସଦସ୍ୟ ଓ ଅଫିସ୍ ବିଅରରଙ୍କ ସହ ଆଲୋଚନା କରିବେ। ଆସନ୍ତା ସାଧାରଣ ନିର୍ବାଚନ ଲାଗି ଶାହ ଦଳୀୟ ନେତାଙ୍କୁ ଟାର୍ଗେଟ ଦେଇପାରନ୍ତି। ଶାହଙ୍କ ଗସ୍ତ ପାଇଁ ଟ଼୍ବିନସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/vsuXL3h
No comments: