ଜନ୍ମବେଦୀରେ ଲୀଳାଖେଳା ସରିଲା। ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। ଏହାପରେ ସାଢ଼େ ୨ଟାରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ତେବେ ଏହାର ବହୁ ପୂର୍ବରୁ ଏସବୁ ନୀତି ସାରିବାକୁ ପ୍ରସ୍ତୁତି ଚାଲିଛି।
ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। କୋଭିଡ୍ କଟକଣା ଯୋଗୁ ୨ ବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଥର ରାତି ୧ଟା ଯାଏ ଦର୍ଶନ ବ୍ୟବସ୍ଥା କରାଯାଇଛି।
ସୁନାବେଶ ସମୟରେ ଯେପରି ବିଗ୍ରହମାନଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ, ସେଥିପାଇଁ ବି ନିଷ୍ପତ୍ତି ହୋଇଛି। ଏହାପରେ ସୋମବାର ରଥ ଉପରେ ଅଧରପଣା ଓ ମଙ୍ଗଳବାର ନୀଳାଦ୍ରିବିଜେ କରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂରତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/0n8Tihe
Reviewed by SUBHENDU BARAL
on
July 08, 2022
Rating:
No comments: