ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା : ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା Prangyan Parimita

ଆଜି ଓଡ଼ିଶା ବନ୍ଦ ଡାକରା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପଯର୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯିବ । ଏହି ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ନିବେଦନ କରିଛି ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ ।

ତେବେ ଓଡ଼ିଶା ବନ୍ଦ ଡାକରା ଦୃଷ୍ଟିରୁ ବଢିଲା ଲୋକସେବା ଭବନ ଓ ଖାରବେଳ ଭବନର ସୁରକ୍ଷା ବ୍ୟବସ୍ଥା । ଆଜି ସକାଳ ୬ରୁ ସା ୬ଟା ଯାଏଁ ଦିଆଯାଇଥିବା ଏହି ପ୍ରସ୍ତାବିତ ଧର୍ମଘଟ ଡାକରା ପାଇଁ ଆନ୍ଦୋଳନକାରୀମାନେ ସଡ଼କ ଓ ରେଳରୋକ ସହ ସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିପାରନ୍ତି ।

ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ସକାଳ ସାଢେ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ଚିଠି କରାଯାଇଛି । ସେହିଭଳି ସକାଳ ୧୦ଟା ୧୫ ସୁଦ୍ଧା ଲୋକସେବା ଭବନର ମୁଖ୍ୟ ଫାଟକ ବନ୍ଦ ହେବାକୁ ଥିବାରୁ ପଛ ଫାଟକରେ ଯାତାୟତ କରାଯାଇପାରିବ ।



from Latest Odisha News, Breaking News Today | Top Updates on Corona - OTV News https://ift.tt/5VYXuf6
ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା : ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା Prangyan Parimita ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା : ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା Prangyan Parimita Reviewed by SUBHENDU BARAL on July 18, 2022 Rating: 5

No comments:

Powered by Blogger.