କୁହାଯାଏ ପ୍ରେମ ହେଉଛି ଅନ୍ଧ। ଏହି ଖବର ପଢିବା ପରେ ଆପଣ ନିଶ୍ଚିତ ଏହି ମତକୁ ବିଶ୍ୱାସ କରିବେ। ଜଣେ ୨୮ ବର୍ଷର ଯୁବତୀ ଦୁଇଗୁଣା ଅଧିକ ବୟସ୍କ ଜଣେ ବର୍ଷ ପୁରୁଷଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇଜଣଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏକ ସାକ୍ଷାତକାର ସମୟରେ ଦୁହେଁ ନିଜ ପ୍ରେମ କାହାଣୀକୁ କହୁଛନ୍ତି।
ଏହି ପ୍ରସଙ୍ଗ ପାକିସ୍ତାନର ହୋଇଥିବା ବେଳେ ଝିଅଟିର ନାମ ଆସିୟା ଏବଂ ପୁରୁଷଙ୍କ ନାମ ଶମଶାଦ ବୋଲି ଜଣାଯାଇଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଆସିୟା କିପରି ନିଜ ପ୍ରେମର କାହାଣୀକୁ ଦୁନିଆ ଆଗରେ କହୁଛନ୍ତି। ସେହିପରି ବ୍ୟକ୍ତି ଜଣଙ୍କ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୨୬୫ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିଲା। ସେହିପରି ଏହି ଭିଡିଓ ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳେ।
କୁହାଯାଏ ଯେ ପ୍ରେମରେ ପଡୁଥିବା ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଏହି ପ୍ରେମୀ ଯୋଡିଙ୍କୁ ଦେଖନ୍ତୁ। ଆସିୟାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ଶମଶାଦଙ୍କୁ ୬୧ ବର୍ଷ। ଏହି ଦୁଇଜଣଙ୍କ ମଧ୍ୟରେ ୪୩ ବର୍ଷର ପାର୍ଥକ୍ୟ ରହିଛି।
ତେବେ ପ୍ରେମର ଶତ୍ରୁମାନେ ହିଁ କେବଳ ଏହି ପ୍ରସଙ୍ଗରେ ଟ୍ରୋଲ୍ କରିବାର ସୁଯୋଗ ପାଇଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଉଭୟ ନିଜ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/dF8qIRZ
Reviewed by SUBHENDU BARAL
on
July 03, 2022
Rating:
No comments: