ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୬୧୬ଟି ଶିକ୍ଷକ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା Pramod Behera

ନବୋଦୟ ବିଦ୍ୟାଳୟ ସମିତି (NVS) ସାରା ଦେଶ ପାଇଁ ନବୋଦୟ ବିଦ୍ୟାଳୟରେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। NVSର ଅଫିସିଆଲ୍ ୱେବସାଇଟ୍, navodaya.gov.in ପରିଦର୍ଶନ କରି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରାଯାଇପାରିବ। ଧ୍ୟାନ ଦିଅନ୍ତୁ ଯେ ଆବେଦନ ପ୍ରକ୍ରିୟା ଜୁଲାଇ ୨ ରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୨୨ ପର୍ଯ୍ୟନ୍ତ ଚାଲିବ।

ସମୁଦାୟ ୧୬୧୬ ଟି ପଦବୀରେ ନିଯୁକ୍ତି ଦିଆଯିବ। ଏଥିରେ TGT ପାଇଁ ୬୮୩ ପଦବୀ ଥିବା ବେଳେ, PGT ପାଇଁ ୩୯୭, ପ୍ରିନ୍ସିପାଲ ପାଇଁ ୧୨ଟି ଓ ସଙ୍ଗୀତ, କଳା, PET ପୁରୁଷ, PET ମହିଳା ଏବଂ ଲାଇବ୍ରେରୀ ପାଇଁ ୧୮୧ ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ପ୍ରିନ୍ସିପାଲ୍:

୬୦% ମାର୍କ ସହିତ ପୋଷ୍ଟ ଗ୍ରାଜୁଏସନ୍ ସହିତ B.Ed କିମ୍ବା ସମାନ ଯୋଗ୍ୟତା ଓ ୧୫ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଜରୁରୀ।

PGT :

ସର୍ବନିମ୍ନ ୫୦% ମାର୍କ ସହିତ ପ୍ରସଙ୍ଗିକ ବିଷୟରେ ୨ ବର୍ଷର ପୋଷ୍ଟ ଗ୍ରାଜୁଏସନ ଇଣ୍ଟିଗ୍ରେଟେଡ୍ କୋର୍ସ ବା ପ୍ରାସଙ୍ଗିକ ବିଷୟରେ ମାଷ୍ଟର୍ସ ସହିତ ବିଏଡ୍ ଜରୁରୀ।

TGT :

ଅତି କମରେ ୫୦% ମାର୍କ ସହିତ ପ୍ରାସଙ୍ଗିକ ବିଷୟ ଉପରେ ୪ ବର୍ଷର ଇଣ୍ଟିଗ୍ରେଟେଡ୍ ଡିଗ୍ରୀ କୋର୍ସ କିମ୍ବା ୫୦% ମାର୍କ ସହିତ ସ୍ନାତକ ସମ୍ମାନ। ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ନିଯୁକ୍ତି ବିଜ୍ଞପ୍ତିରେ ଦେଖି ପାରିବେ। ବିଜ୍ଞପ୍ତିର ଲିଙ୍କ୍ ନିମ୍ନରେ ଦିଆଯାଇଛି।

ବୟସ ସୀମା:

ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରିନ୍ସିପାଲ ପଦବୀ ପାଇଁ ସର୍ବାଧିକ ୫୦ ବର୍ଷ ଥିବା ବେଳେ PGT ପାଇଁ ୪୦ ବର୍ଷ, TGT ପାଇଁ ୩୫ ବର୍ଷ, ସଙ୍ଗୀତ ଶିକ୍ଷକ ପାଇଁ ସର୍ବାଧିକ ୩୫ ବର୍ଷ, କଳା ଶିକ୍ଷକ ପାଇଁ ୩୫ ବର୍ଷ, PET ଏବଂ ଲାଇବ୍ରେରିଆନ୍ ପଦ ପାଇଁ ୩୫ ବର୍ଷ ରହିଛି।

ଦରମା:

ପ୍ରିନ୍ସିପାଲ ପଦବୀରେ ମନୋନୀତ ପ୍ରାର୍ଥୀଙ୍କ ମାସିକ ବେତନ ୭୮୮୦୦ରୁ ୨୦୯୨୦୦ ଟଙ୍କା ପ୍ରଦାନ କରାଯିବ। ଅନ୍ୟପକ୍ଷରେ, TGT ପୋଷ୍ଟ୍‌ଗୁଡିକ ପାଇଁ ୪୪୯୦୦ ରୁ ୧୪୨୪୦୦ ଟଙ୍କା, PGT ପାଇଁ ୪୭୬୦୦ ରୁ ୧୫୧୧୦୦ ଟଙ୍କା ଏବଂ ବିବିଧ ବର୍ଗର ଶିକ୍ଷକ ପଦବୀ ପାଇଁ ୪୪୯୦୦ ରୁ ୧୪୨୪୦୦ ଟଙ୍କା ସ୍ଥିର କରାଯାଇଛି।

ଚୟନ ପ୍ରକ୍ରିୟା:

ପୋଷ୍ଟ୍‌ଗୁଡିକ ପାଇଁ ଅନ୍‌ଲାଇନ୍ ଲିଖିତ ପରୀକ୍ଷା, ସାକ୍ଷାତକାର (ଲାଇବ୍ରେରିଆନ୍ ବ୍ୟତୀତ) ଏବଂ ଡକ୍ୟୁମେଣ୍ଟ୍ ଯାଞ୍ଚ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ।



from Latest Odisha News, Breaking News Today | Top Updates on Corona - OTV News https://ift.tt/jUheaYM
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୬୧୬ଟି ଶିକ୍ଷକ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା Pramod Behera ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୬୧୬ଟି ଶିକ୍ଷକ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା Pramod Behera Reviewed by SUBHENDU BARAL on July 09, 2022 Rating: 5

No comments:

Powered by Blogger.