ଅନାଥ ବୃଦ୍ଧଙ୍କ ଶବକୁ କାନ୍ଧରେ ନେଇ ଅନ୍ତିମ ବିଦାୟ ଦେଲେ ମହିଳା ପୋଲିସ୍ Pramod Behera

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଫଟୋ ଓ ଭିଡିଓ ବେଳେବେଳେ ହୃଦୟକୁ ଏମିତି ଛୁଇଁ ଯାଏ ଯେ ବାରମ୍ବାର ଦେଖିବାକୁ ମନ ବଳେ। ନିକଟରେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ପୋଲିସ୍‌ଙ୍କ ପ୍ରକୃତ ସେବା। ଜଣେ ବୃଦ୍ଧଙ୍କ ଶବକୁ ୨ କିଲୋମିଟର ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ବୋହି ୟୁନିଫର୍ମର କିପରି ସେବା କରାଯାଇପାରେ ସେ ସେ ପ୍ରମାଣ କରିଛନ୍ତି।

ସୋସିଆଲ୍ ମିଡିଆରେ ଏହି ଫଟୋକୁ ଦେଖିବା ପରେ ଲୋକମାନେ ଅନେକ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ସେମାନେ ଏହି ଫଟୋକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ଏହି ଫଟୋକୁ ଦେଖିବାକୁ ପରେ ଉକ୍ତ ମହିଳା ଅଫିସରଙ୍କ ପ୍ରତି ଲୋକଙ୍କ ସମ୍ମାନ ବଢିଯାଇଛି।

ଭାଇରାଲ୍‌ ହେଉଥିବା ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ ଜଣେ ମହିଳା ପୋଲିସ୍ କର୍ମଚାରୀ ତାଙ୍କ କାନ୍ଧରେ ଏକ ଅଜ୍ଞାତ ଶବକୁ ବୋହି ନେଉଛନ୍ତି। ଫଟୋରେ ଏହା ଦେଖିବାକୁ ମିଳେ ଯେ ବୃଦ୍ଧଙ୍କ ମୃତଦେହ ଏକ ଖଟିଆ ଉପରେ ପଡିଛି। ଆଗରେ ଖଟିଆର ଦୁଇ ପାଖକୁ ଧରି ମହିଳା ଅଫିସର ଚାଲୁଥିବା ବେଳେ ପଛରେ ଅନ୍ୟ ଜଣେ ଏହି ଖଟିଆକୁ ଧରିଛନ୍ତି।

ଲୋକମାନେ ମହିଳା ଅଫିସରଙ୍କ ଏହି ସେବାକୁ ଦେଖି ଖୁବ ପସନ୍ଦ କରିବା ତାଙ୍କ ମହାନତା ପାଇଁ ସାବାସୀ ଜଣେଇଛନ୍ତି। ଏହି ଫଟୋକୁ ସୋସିଆଲ ମିଡିଆରେ ଆଇଏଏସ୍ ଅଧିକାରୀ @AwanishSharan ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଶେୟାର କରିଛନ୍ତି।

ସେ ଏହି ଫଟୋ ଶେୟାର କରି ସୂଚନା ମଧ୍ୟ ଦେଇଛନ୍ତି। ସେ ପୋଷ୍ଟ୍‌ରେ ଲେଖିଛନ୍ତି ଯେ ସବ୍ ଇନ୍ସପେକ୍ଟର କେ. ସିର୍ଶା ୬୦ ବର୍ଷୀୟ ଜଣେ ଅଜଣା ବୃଦ୍ଧଙ୍କ ଶବକୁ କାନ୍ଧରେ ନେଇ ଅନ୍ତିମ ବିଦାୟ ଦେଇଛନ୍ତି।

ଖବର ଲେଖା ହେବା ବେଳକୁ ଏହି ଫଟୋକୁ ୧୯ ହଜାରରୁ ଅଧିକ ଲୋକଙ୍କ ପସନ୍ଦ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଏହି ଫଟୋରେ ଅନେକ ଲୋକଙ୍କ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ଜଣେ ବ୍ୟକ୍ତି ଏହି ଫଟୋ ଉପରେ ମନ୍ତବ୍ୟ ଦେଇ କହିଛନ୍ତି - ବାସ୍ତବରେ, ଯଦି ଏମିତି ପୋଲିସ କର୍ମଚାରୀ ମିଳନ୍ତି, ତେବେ ଏକ ଅତି ସୁନ୍ଦର ଦେଶ ତିଆରି ହେବ। ଏହି ସମୟରେ, ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ “ଏହି ପୋଲିସ୍ କର୍ମଚାରୀଙ୍କୁ ସଲାମ।”



from Latest Odisha News, Breaking News Today | Top Updates on Corona - OTV News https://ift.tt/RstcZ7y
ଅନାଥ ବୃଦ୍ଧଙ୍କ ଶବକୁ କାନ୍ଧରେ ନେଇ ଅନ୍ତିମ ବିଦାୟ ଦେଲେ ମହିଳା ପୋଲିସ୍ Pramod Behera ଅନାଥ ବୃଦ୍ଧଙ୍କ ଶବକୁ କାନ୍ଧରେ ନେଇ ଅନ୍ତିମ ବିଦାୟ ଦେଲେ ମହିଳା ପୋଲିସ୍ Pramod Behera Reviewed by SUBHENDU BARAL on July 06, 2022 Rating: 5

No comments:

Powered by Blogger.