ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ : ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ Kanak News

କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟରେ ବାବୁସାନ୍ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ୍ ହାଇକୋର୍ଟରେ ଆବେଦନ କରିଛନ୍ତି ।

ଗତ ୨୩ ତାରିଖରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ୍ ଭୁବନେଶ୍ୱର ବିମାନବନ୍ଦରକୁ ଯାଉଥିବା ବେଳେ ତୃପ୍ତି ସେମାନେ ଯାଉଥିବା ଗାଡ଼ିକୁ ଅଟକାଇଥିଲେ । ବାବୁସାନ ଓ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଘଟଣା ପରେ ପ୍ରକୃତିଙ୍କ ବାପା, ମାଆ ଥାନାକୁ ଯାଇ ଏତଲା ଦେଇଥିଲେ । ଏହା ପରେ ତୃପ୍ତି ମଧ୍ୟ ଖାରବେଳନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ । ତୃପ୍ତିଙ୍କ ଅଭିଯୋଗକୁ ନେଇ ପୋଲିସ୍ ମାମଲା ରୁଜୁ କରିଥିଲା । କେବଳ ପ୍ରକୃତି ନୁହେଁ, ବାବୁସାନଙ୍କ ବିରୋଧରେ ମଧ୍ୟ ନିର୍ଯାତନା ଅଭିଯୋଗ କରିଥିଲେ ତୃପ୍ତି ।

The post ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ : ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ first appeared on Kanak News.



from Kanak News https://ift.tt/UQmLxZz https://ift.tt/zZ6BQUY
ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ : ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ Kanak News ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ : ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ Kanak News Reviewed by SUBHENDU BARAL on July 27, 2022 Rating: 5

No comments:

Powered by Blogger.