
କନକ ବ୍ୟୁରୋ : ଦେଶର ଯୁବ ଭୋଟରଙ୍କ ପାଇଁ ବଡ ଖବର । ବର୍ତ୍ତମାନ ଭୋଟର ପରିଚୟପତ୍ର ପାଇଁ ଆଉ ୧୮ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ । ୧୭ ବର୍ଷ ପରେ ଜଣେ ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବ । ଭାରତୀୟ ନିର୍ବାଚନ କମିଶନ ଏ ନେଇ ଆଜି ଘୋଷଣା କରିଛନ୍ତି । ଏ ନେଇ ଆବଶ୍ୟକ ନିର୍ଦ୍ଦେଶନାମା ବି ଜାରି କରାଯାଇଛି । କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଯେଉଁମାନଙ୍କ ବୟସ ୧ ଜାନୁଆରୀ ୨୦୨୩ରେ ୧୮ ବର୍ଷ ହେଉଛି, ସେମାନେ ବି ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ ।
୧୮ ବର୍ଷ ହେଲେ ହିଁ ଆବେଦନ କରିବାକୁ ଯେଉଁ ନିୟମ ଥିଲା ତାହା ଏବେଠାରୁ ଆଉ ବାଧ୍ୟତାମୂଳକ ହେବ ନାହିଁ । ଏ ନେଇ ସବୁ ରାଜ୍ୟର ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିପାଇଁ ଏକ ନୂଆ ରେଜିଷ୍ଟ୍ରସନ ଫର୍ମ ଆଣିବ ନିର୍ବାଚନ କମିଶନ । ଏଥିରେ ଆଧାର କାର୍ଡର ବିବରଣୀ ଦେବାକୁ ହେବ । ତେବେ ଏହା ବାଧ୍ୟତାମୂଳକ ନୁହେଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଜଣେ ନାଗରିକ ଆଗୁଆ ଭାବେ ଭୋଟର ତାଲିକାରେ ନିଜ ନାଁ ପଂଜିକରଣ କରିପାରିବେ । ଯୁବକମାନେ ବି ଏଥିପାଇଁ ବର୍ଷକୁ ୩ ଥର ଆବେଦନ କରିପାରିବେ । ଏପ୍ରିଲ ପହିଲା, ଜୁଲାଇ ପହିଲା ଓ ଅକ୍ଟୋବର ପହିଲାରେ ଭୋଟରପରିଚୟ ପତ୍ର ପାଇଁ ଆବେଦନ କରାଯାଇପାରିବ ।
The post ଯୁବ ଭୋଟରଙ୍କ ପାଇଁ ବଡ ଖବର । ଭୋଟର ପରିଚୟପତ୍ର ପାଇଁ ଆଉ ୧୮ ବର୍ଷ ଯାଏଁ କରିବାକୁ ପଡିବ ନାହିଁ ଅପେକ୍ଷା first appeared on Kanak News.
from Kanak News https://ift.tt/lVhi4BL https://ift.tt/kNiHXUj
Reviewed by SUBHENDU BARAL
on
July 28, 2022
Rating:
No comments: