ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ୬୦ ଏକର ଚାଷ ଜମିରେ ମାଡିଗଲା ପାଣି Kanak News

କନକ ବ୍ୟୁରୋ : ମାଲକାନଗିରି କାଲିମେଳାରେ ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ମାନ୍ୟମକୋଣ୍ଡା ପଞ୍ଚାୟତର ପୋଟେରୁ ଗାଁ ନିକଟରେ ରହିଛି ଏହି କେନାଲ । ୨୦ରୁ ୩୦ ଫୁଟ ଓସାରର ବନ୍ଧ ଭାଙ୍ଗିଯିବା ଯୋଗୁଁ ତଳିଆ ଅଞ୍ଚଳରେ ଥିବା ୫୦ ରୁ ୬୦ ଏକର ଧାନ ଚାଷ ଜମିରେ ପାଣି ମାଡି ଯାଇଛି । ଏବେ ଜମି ଉପରେ ୫ ଫୁଟ ଉଚ୍ଚର ପାଣି ଲହରି ମାରୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚରେ କେନାଲ ଉପରେ ପିଚୁ କାମ କରାଯାଇଥିଲା । ଏବେ କିନ୍ତୁ କେନାଲ ବନ୍ଧ ଭାଙ୍ଗିଯାଇଛି । ନିମ୍ନ ମାନର କାମ ଯୋଗୁଁ କେନାଲରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି ।

The post ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ୬୦ ଏକର ଚାଷ ଜମିରେ ମାଡିଗଲା ପାଣି first appeared on Kanak News.



from Kanak News https://ift.tt/gL3h4TR https://ift.tt/eQyqZ6A
ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ୬୦ ଏକର ଚାଷ ଜମିରେ ମାଡିଗଲା ପାଣି Kanak News ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ୬୦ ଏକର ଚାଷ ଜମିରେ ମାଡିଗଲା ପାଣି Kanak News Reviewed by SUBHENDU BARAL on July 28, 2022 Rating: 5

No comments:

Powered by Blogger.