ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଜୋରଦାର ପ୍ରସ୍ତୁତି : ଆଜି ଆଡ଼ପ ମଣ୍ଡପରେ ସଂଧ୍ୟା ଦର୍ଶନ Kanak News

କନକ ବ୍ୟୁରୋ : ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ଆଡ଼ପ ମଣ୍ଡପରେ ନବମୀ ଦର୍ଶନ ବା ସଂଧ୍ୟା ଦର୍ଶନ । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଛି । ସକାଳୁ ନୀତି ପରେ ଦିନ ତମାମ ଚାଲିବ ଦର୍ଶନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଆଡ଼ପ ଉତ୍ପପରେ ମହାପ୍ରଭୁଙ୍କ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହ ମୋକ୍ଷ ପ୍ରପାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ବର୍ଷା ସତ୍ୱେ ଭକ୍ତଙ୍କ ସମାଗମ ରହିଛି । ଭକ୍ତଙ୍କ ଭିଡ଼କୁ ନେଇ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ ଜଗାର ପୋଡ଼ପିଠା ପସନ୍ଦ । ସେଥିପାଇଁ ମାଉସୀମା’ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତ ହେଉଛି ।

ସଂଧ୍ୟା ଦର୍ଶନ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ନିର୍ଘଣ୍ଟ ନୀତି ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ, ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହେବ। ସକାଳ ୮ଟାରୁ ସାଢ଼େ ୯ଟା ସକାଳ ଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭିତରେ ଭୋଗମଣ୍ଡପ, ୮ଟା ୧୫ରେ ମଇଲମ, ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ସାଢ଼େ ୯ଟାରେ ସର୍ବାଙ୍ଗ ଚନ୍ଦନ, ପୂର୍ବାହ୍ଣ ୧୦ଟା ୧୫ରେ ନୂଆଲୁଗା ଲାଗି ବେଶ ।

ସେହିପରି ୧୦ଟା ୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ, ଅପରାହ୍ଣ ୧ଟାରେ ନୂଆ ଲୁଗା ଲାଗି ଓ ବେଶ, ସାଢ଼େ ଗୋଟାଏରୁ ୩ଟା ଭିତରେ ମଧ୍ୟାହ୍ନଧୂପ, ୨ଟାରୁ ସାଢ଼େ ୩ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ୩ଟା ୪୫ରୁ ୪ଟା ୪୦ ଭିତରେ ମଇଲମ ଓ ବେଶ, ୫ଟାରେ ସଂଧ୍ୟା ଆଳତି, ସାଢ଼େ ୫ଟାରୁ ୭ଟା ସଂଧ୍ୟାଧୂପ, ୫ଟା ୪୫ରୁ ସାଢ଼େ ୭ଟା ଭିତରେ ତୃତୀୟ ଭୋଗମଣ୍ଡପ ପରେ ରାତି ୮ଟାରେ ରାହାସକୁ ଦିଅଁ ବିଜେ କରିବେ। ୮ଟା ୧୫ରେ ମଇଲମ, ସାଢ଼େ ୮ଟାରେ ଚନ୍ଦନଲାଗି, ୯ଟାରେ ବଡ଼ସିଂହାର ବେଶ, ସାଢ଼େ ୯ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୦ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ । ରାତି ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୦ଟାରେ ବାହୁଟ କଣ୍ଟ, ରାତି ୧୧ରୁ ୨ଟା ଚାରବନ୍ଧା, ରାତି ସାଢ଼େ ୨ଟାରୁ ସାଢ଼େ ୩ଟାରେ ଭିତରେ କୁସୁମିଲାଗି ନୀତି ସମ୍ପନ୍ନ ହେବ । ଆସନ୍ତା ଜୁଲାଇ ୯ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୦ରେ ସୁନାବେଶ, ଜୁଲାଇ ୧୧ରେ ରଥ ଉପରେ ଅଧରପଣା ନୀତି, ଜୁଲାଇ ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

The post ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଜୋରଦାର ପ୍ରସ୍ତୁତି : ଆଜି ଆଡ଼ପ ମଣ୍ଡପରେ ସଂଧ୍ୟା ଦର୍ଶନ first appeared on Kanak News.



from Kanak News https://ift.tt/Hp1dz0r https://ift.tt/WoMSNsJ
ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଜୋରଦାର ପ୍ରସ୍ତୁତି : ଆଜି ଆଡ଼ପ ମଣ୍ଡପରେ ସଂଧ୍ୟା ଦର୍ଶନ Kanak News ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଜୋରଦାର ପ୍ରସ୍ତୁତି : ଆଜି ଆଡ଼ପ ମଣ୍ଡପରେ ସଂଧ୍ୟା ଦର୍ଶନ Kanak News Reviewed by SUBHENDU BARAL on July 07, 2022 Rating: 5

No comments:

Powered by Blogger.