ଆଜି ଦକ୍ଷିଣମୋଡ଼ ନେବ ତିନି ରଥ : ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ ଆଜ୍ଞାମାଳ Kanak News

କନକ ବ୍ୟୁରୋ : ଆଜି ସପ୍ତମୀ ତିଥି । ଆଜିଠୁ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ନେବେ । ଅର୍ଥାତ୍ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେଣୁ ଗୁଣ୍ଡିଚା ମନ୍ଦିରରେ ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି । ରଥଯାତ୍ରା ପରଠାରୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥିଲେ ।

ତେବେ ଦକ୍ଷିଣ ମୋଡ ନେବା ପୂର୍ବରୁ ପୂର୍ବରୁ ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ । ଏଥିପାଇଁ ମଧ୍ୟାହ୍ନ ସାଢେ ୧୨ଟା ସ୍ଥିର ହୋଇଛି । ଏହି ଅଜ୍ଞାମାଳ ରଥରେ ଲାଗି ହେବ । ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ନେବ । ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ । ବାହୁଡା ଯାତ୍ରା ପୂର୍ବରୁ ଗତକାଲି ତିନି ରଥର ମରାମତି କାମ ଶେଷ ହୋଇଛି ।

ସେହିପରି ଆଡ଼ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ । ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କରିଥିବା ଅଭିମାନକୁ ରଥ ଉପରେ ସୁଝାଇଛନ୍ତି । ନନ୍ଦିଘୋଷ ରଥ ଭାଙ୍ଗି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଛନ୍ତି ।

The post ଆଜି ଦକ୍ଷିଣମୋଡ଼ ନେବ ତିନି ରଥ : ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ ଆଜ୍ଞାମାଳ first appeared on Kanak News.



from Kanak News https://ift.tt/D16Vqrz https://ift.tt/36ekpBU
ଆଜି ଦକ୍ଷିଣମୋଡ଼ ନେବ ତିନି ରଥ : ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ ଆଜ୍ଞାମାଳ Kanak News ଆଜି ଦକ୍ଷିଣମୋଡ଼ ନେବ ତିନି ରଥ : ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ ଆଜ୍ଞାମାଳ Kanak News Reviewed by SUBHENDU BARAL on July 05, 2022 Rating: 5

No comments:

Powered by Blogger.