ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ହରାଇଲା ଭାରତ : ୧୯୮ ରନର ପିଛା କରି ୧୪୮ରେ ସୀମିତ ରହିଲା ଇଂଲଣ୍ଡ Kanak News

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ପ୍ରଥମ ଟି ଟ୍ୱେଂଟିକୁ ଜିତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ହରାଇ ୧୯୮ ରନ୍ କରିଥିଲା । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ ପ୍ରଦର୍ଶନ କରରି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରି ୩୯ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ୨୪ ଓ ଦୀପକ ହୁଡା ୩୩ ରର ଇନିଙ୍ଗସ୍ ଖେଳିଥିଲେ ।

ଜବାବରେ ୧୯୯ ରନର ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା । ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଡାଭିଡ ମଲାନ ୨୧, ହାରି ବ୍ରୁକ ୨୮ ଓ କ୍ରିସ୍ ଜୋର୍ଡାନ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଚମକ୍ରାର ବୋଲିଂ କରି ୪ଟି ୱିକେଟ ହାସଲ କରିଥିବା ବେଳେ ଅର୍ସଦୀପ ସିଂ ଓ ୟଜୁବେନ୍ଦ୍ର ଚହଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ଏହି ବିଜୟ ସହ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

The post ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ହରାଇଲା ଭାରତ : ୧୯୮ ରନର ପିଛା କରି ୧୪୮ରେ ସୀମିତ ରହିଲା ଇଂଲଣ୍ଡ first appeared on Kanak News.



from Kanak News https://ift.tt/KLTzrUj https://ift.tt/PoV0t43
ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ହରାଇଲା ଭାରତ : ୧୯୮ ରନର ପିଛା କରି ୧୪୮ରେ ସୀମିତ ରହିଲା ଇଂଲଣ୍ଡ Kanak News ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ହରାଇଲା ଭାରତ : ୧୯୮ ରନର ପିଛା କରି ୧୪୮ରେ ସୀମିତ ରହିଲା ଇଂଲଣ୍ଡ Kanak News Reviewed by SUBHENDU BARAL on July 07, 2022 Rating: 5

No comments:

Powered by Blogger.