ଶୁବମନ ଗିଲଙ୍କ ୯୮ ରନର ଇନିସ୍ ବଳରେ ଜିତିଲା ଭାରତ : ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ହରାଇବା ସହ ୩-୦ରେ ସିରିଜ ଜତିଲା ଟିମ୍ ଇଣ୍ଡିଆ Kanak News

କନକ ବ୍ୟୁରୋ : ଶୁବମନ ଗିଲଙ୍କ ୯୮ ରନର ଇନିସ୍ ବଳରେ ଜିତିଲା ଭାରତ । ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ହରାଇବା ସହ ୩-୦ରେ ସିରିଜ ଜତିଲା ଟିମ୍ ଇଣ୍ଡିଆ । ଡିଏଲ ମେଥଡ ଅନୁସାରେ ୩୫ ଓଭର ୨୫୭ ରନର ଟାର୍ଗେଟ ଦେଇଥିଲା ଭାରତ । ୧୩୭ରେ ରନରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍ ହୋଇଯାଇଥିଲା ।

ଏକାଧିକ ବାର ବର୍ଷା ବାଧାପ୍ରାପ୍ତ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଶିଖର ଧାୱନ ଓ ଶୁବମନ ଗିଲ୍‌ ଦାୟିତ୍ବବାନ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଧାୱନ ବ୍ୟକ୍ତିଗତ ୫୮ ରନ୍‌ରେ ପ୍ରଥମ ୱିକେଟ୍ ଭାବେ ପ୍ରତିପକ୍ଷ ସ୍ପିନର ହେଡେନ୍ ୱାଲ୍ସଙ୍କ ଶିକାର ହୋଇଥିଲେ । ଏହା ପୂର୍ବରୁ ଅବଶ୍ୟ ସେ ଓ ଗିଲ୍‌ ପ୍ରଥମ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ସାରିଥିଲେ ।

ଧାୱନ୍ ଆଉଟ୍ ହେବାର ମାତ୍ର କିଛି ମିନିଟ୍ ପରେ ଏବଂ ଭାରତ ପାଳିର ୨୪ ଓଭରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ସେଥିପାଇଁ ଖେଳ ପାଖାପାଖି ଦେଢ଼ ଘଣ୍ଟା ବନ୍ଦ ରହିଥିଲା । ପୁନର୍ବାର ଖେଳ ଆରମ୍ଭ ହେବା ପରେ ଭାରତ ପାଳିର ଆଉ କେବଳ ୧୨ ଓଭର ସମ୍ଭବ ହୋଇଥିଲା । ତେବେ ପ୍ରଥମ ପାଳିର ସମୟ ସରିଯାଇଥିବାରୁ ଦଳୀୟ ପାଳି ସେହି ୨୨୫/୩ ସ୍କୋର୍‌ରେ ଶେଷ ହୋଇଯାଇଥିଲା । ସେହି ସମୟରେ ଶୁବମନ ୯୮ ଓ ସଞ୍ଜୁ ସାମସନ ୬ ରନ୍ କରି ଅପରାଜିତ ରହିଥିଲେ ।

The post ଶୁବମନ ଗିଲଙ୍କ ୯୮ ରନର ଇନିସ୍ ବଳରେ ଜିତିଲା ଭାରତ : ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ହରାଇବା ସହ ୩-୦ରେ ସିରିଜ ଜତିଲା ଟିମ୍ ଇଣ୍ଡିଆ first appeared on Kanak News.



from Kanak News https://ift.tt/2DVeENi https://ift.tt/SbvgwOJ
ଶୁବମନ ଗିଲଙ୍କ ୯୮ ରନର ଇନିସ୍ ବଳରେ ଜିତିଲା ଭାରତ : ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ହରାଇବା ସହ ୩-୦ରେ ସିରିଜ ଜତିଲା ଟିମ୍ ଇଣ୍ଡିଆ Kanak News ଶୁବମନ ଗିଲଙ୍କ ୯୮ ରନର ଇନିସ୍ ବଳରେ ଜିତିଲା ଭାରତ : ୱେଷ୍ଟଇଣ୍ଡିଜକୁ ୧୧୯ ରନରେ ହରାଇବା ସହ ୩-୦ରେ ସିରିଜ ଜତିଲା ଟିମ୍ ଇଣ୍ଡିଆ Kanak News Reviewed by SUBHENDU BARAL on July 27, 2022 Rating: 5

No comments:

Powered by Blogger.