ରୋଗ ସହ ସଂଘର୍ଷ କରି ମାଟ୍ରିକରେ ପାସ୍ । ୯୦% ମାର୍କ ରଖିଲେ ଥାଲାସେମିଆ ରୋଗୀ Kanak News

କନକ ବ୍ୟୁରୋ : ଠିକ୍ ଅନ୍ୟ ଏକ ପ୍ରେରଣ ଦେଲା ଭଳି ଖବର ଆସିଛି କେନ୍ଦ୍ରାପଡ଼ାରୁ । ରୋଗ ସହ ଲଗାତର ସଂଘର୍ଷ କରୁଥିବା ଜଣେ ଛାତ୍ରୀ ନିଜ ଉଦ୍ୟମ ବଳରେ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ମହାକାଳପଡ଼ା ବାରଡାଙ୍ଗ ପଂଚାୟତର ନଭ୍ୟାନଭେଲି ସାହୁ ।

ଜନ୍ମରୁ ସେ ଥାଲାସେମିଆ ରୋଗରେ ଆକ୍ରାନ୍ତ । ରୋଗ ସହ ସଂଘର୍ଷ କରୁଥିଲେ ବି ପାଠପଢ଼ା ପ୍ରତି ଭାରି ଆଗ୍ରହ । ସେ ଚନ୍ଦ୍ରଶେଖର ହାଇସ୍କୁଲ ନନ୍ତାର ଛାତ୍ରୀ । ସେ ଏଥର ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫୫୨ ରଖି ୯୦ ପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପରିବାର ଲୋକ ଓ ଶିକ୍ଷକଙ୍କ ମୁହଁରେ ହସ ଆଣି ଦେଇଛି ।

The post ରୋଗ ସହ ସଂଘର୍ଷ କରି ମାଟ୍ରିକରେ ପାସ୍ । ୯୦% ମାର୍କ ରଖିଲେ ଥାଲାସେମିଆ ରୋଗୀ first appeared on Kanak News.



from Kanak News https://ift.tt/4Lht3if https://ift.tt/YUGN2wR
ରୋଗ ସହ ସଂଘର୍ଷ କରି ମାଟ୍ରିକରେ ପାସ୍ । ୯୦% ମାର୍କ ରଖିଲେ ଥାଲାସେମିଆ ରୋଗୀ Kanak News ରୋଗ ସହ ସଂଘର୍ଷ କରି ମାଟ୍ରିକରେ ପାସ୍ । ୯୦% ମାର୍କ ରଖିଲେ ଥାଲାସେମିଆ ରୋଗୀ Kanak News Reviewed by SUBHENDU BARAL on July 06, 2022 Rating: 5

No comments:

Powered by Blogger.