
କନକ ବ୍ୟୁରୋ: ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ ମଙ୍ଗଳବାର ଭୋର ସମୟରେ ଘଟିଛି ଅଘଟଣ । ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ନିୟନ୍ତ୍ରଣ ହରାଇ ଏକ ଘର ଉପରେ ମାଡିଯିବାରୁ ଘରେ ଥିବା ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
Himachal Pradesh | 3 people killed & 1 injured after a truck rammed into a house in Mandi early morning today: Ashish Sharma, Additional SP, Mandi district Police pic.twitter.com/AZGZ60KjOE
— ANI (@ANI) July 5, 2022
ସମାଚାର ଏଜେନ୍ସି ମୁତାବକ, ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ମୃତକଙ୍କୁ ପୋଷ୍ଟମର୍ଟମ କରାଯିବାକୁ ପଠାଯାଇଛି । ଏଯାଏଁ ମୃତକଙ୍କ ପରିଚୟ ଦିଆଯାଇନାହିଁ ।ତେବେ ଏହି ଘଟଣା ପୂର୍ବରୁ ଗତ ମାସରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏକ ଭୋଜିରୁ ଫେରୁଥିବାବେଳେ ଏକ କାର ବ୍ରିଜ ଉପରୁ ଖସିଯିବାରୁ ମା’ ଝିଅ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିଲେ ।
The post ନିୟନ୍ତ୍ରଣ ହରାଇ ଘର ଉପରେ ମାଡିଗଲା ଟ୍ରକ୍ ,୩ ମୃତ, ଜଣେ ଗୁରୁତର first appeared on Kanak News.
from Kanak News https://ift.tt/j3KAQna https://ift.tt/poA9tJF
No comments: