ପୁଣି ବନ୍ଧା ହେଲେ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା : ଗ୍ୟାଙ୍ଗ ତିଆରି କରି ଲୋକଙ୍କଠୁ ଦାଦାବାଟି ମାଗୁଥିବା ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ Kanak News

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଭାଇଗିରି ଦେଖାଇ ଚର୍ଚ୍ଚାକୁ ଆସିଥିବା କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ପୁଣିଥରେ ଗିରଫ । ଅଭିଯୁକ୍ତ ବୁବୁ ଜେନାକୁ କୋର୍ଟ ଚାଲାଣ କରିଛି କମିସନରେଟ ପୁଲିସ । ବୁବୁ ଜେନା ଗ୍ୟାଙ୍ଗ ତିଆରି କରି ଲୋକଙ୍କଠୁ ଦାଦାବାଟି ମାଗୁଥିବା ଅଭିଯୋଗ ରହିଥିଲା । ଏହାପରେ ମାର୍ଚ୍ଚ ମାସରେ ବୁବୁ ଜେନା ବିରୋଧରେ ଥାନାରେ ଏତଲା ହୋଇଥିଲା । ପୋଲିସ ବୁବୁ ଜେନାକୁ ଗିରଫ କରିବା ପରେ ତାର ଅନ୍ୟ ସହଯୋଗୀକୁ ଖୋଜୁଛି ।

ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । ବୁବୁ ପାଖରୁ ଏକ ହୋଣ୍ଡା ସିଟି କାର ଜବତ ହୋଇଛି । ବିଭିନ୍ନ ଛକକୁ ଏହି କାରରେ ଯାଇ ବୁବୁ ଦାଦା ବଟି ଆଦାୟ କରିବା ସହିତ ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ରହିଛି । ଏହା ପୂର୍ବରୁ ଜାନୁଆରୀ ୨୮ରେ ନୟାପଲ୍ଲୀ ପୁଲିସ ବୁବୁ ଜେନାକୁ ଗିରଫ କରିଥିଲା । ରାଜଧାନୀ ରାଜରାସ୍ତାରେ ମାରଣାସ୍ତ୍ର ବୁଲାଇ, ଗାଡି ଉପରେ ଦୁଃସାହାସିକ ଷ୍ଟଂଟର ଭିଡିଓ ବନାଇ ଆତଙ୍କ ଖେଳାଇବା ଅଭିଯୋଗରେ ବୁବୁ ଜେନା ଗିରଫ ହୋଇଥିଲା ।

The post ପୁଣି ବନ୍ଧା ହେଲେ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା : ଗ୍ୟାଙ୍ଗ ତିଆରି କରି ଲୋକଙ୍କଠୁ ଦାଦାବାଟି ମାଗୁଥିବା ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ first appeared on Kanak News.



from Kanak News https://ift.tt/ZVK1Bmj https://ift.tt/7zkNYWT
ପୁଣି ବନ୍ଧା ହେଲେ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା : ଗ୍ୟାଙ୍ଗ ତିଆରି କରି ଲୋକଙ୍କଠୁ ଦାଦାବାଟି ମାଗୁଥିବା ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ Kanak News ପୁଣି ବନ୍ଧା ହେଲେ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା : ଗ୍ୟାଙ୍ଗ ତିଆରି କରି ଲୋକଙ୍କଠୁ ଦାଦାବାଟି ମାଗୁଥିବା ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ Kanak News Reviewed by SUBHENDU BARAL on July 11, 2022 Rating: 5

No comments:

Powered by Blogger.