ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ? ସରିଲା ଭୋଟ ଗ୍ରହଣ, ୯୯ ପ୍ରତିଶତ ମତଦାନ Kanak News

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ଏଥିପାଇଁ ସୋମବାର ସଂସଦ ଓ ବିଧାୟକମାନେ ଭୋଟ୍ ଦେଇଛନ୍ତି । ଦେଶର ୧୫ତମ ରାଷ୍ଟ୍ରପତି ଦୌଡ଼ରେ ଏନଡିଏ ଦୌପଦୀ ମୁର୍ମୁ ଓ ବିରୋଧୀ ଦଳ ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ମଇଦାନରେ ଓହ୍ଲାଇଛି । ରାଜନୈତିକ ହଲଚଲ ଓ ଆରୋପ-ପ୍ରତ୍ୟାରୋପ ଭିତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ମୋଟ ୪ହଜାର ୮୦୯ ଖଣ୍ଡ ଭୋଟ ମଧ୍ୟରୁ ୪ହଜାର ୭୯୬ ଖଣ୍ଡ ମତଦାନ ହୋଇଛି । ଅର୍ଥାତ୍ ୯୯ ପ୍ରତିଶତ ମତଦାନ ହୋଇଛି ।

ତେବେ ୧୩ ଜଣ ସାଂସଦ ଓ ବିଧାୟକ ମତଦାନ ଦେଇନଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଅନ୍ୟ ମନ୍ତ୍ରୀ ଓ ସାଂସଦମାନେ ସଂସଦ ଭବନରେ ମତଦାନ ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମିଧ୍ୟ ହ୍ୱିଲ ଚେୟାରରେ ଆସି ଦିଲ୍ଲୀ ସଂସଦ ଭିବନରେ ମତଦାନ କରିଥିଲେ । ଭୋଟ୍ ଦେଇନଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବଲିଉଡ୍ ଅଭିନେତା ତଥା ସାଂସଦ ସନ୍ନି ଦେଓଲ ରହିଛନ୍ତି । ସନ୍ନି ବର୍ତ୍ତମାନ ଅପରେସନ ପାଇଁ ବିଦେଶରେ ଅଛନ୍ତି । ଯେଉଁ କାରଣରୁ ସେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି ।

ସେହିପରି କିଛି ସାଂସଦ ଜେଲରେ ଥିବା ବେଳେ କିଛି ଚିକିତ୍ସା କାରଣ ଦର୍ଶାଇ ଭୋଟ୍ ଦେଇନାହାନ୍ତି । ନିର୍ବାଚନ କମିଶନ କହିଛନ୍ତି, ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଣିପୁର, ସିକ୍ମିମ, ତାମିଲନାଡୁ ଓ ପୁଡୁଚେରୀରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶତପ୍ରତିଶତ ମତଦାନ ହୋଇଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁୁର୍ମୁ ଓ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ଲଢ଼େଇ ହୋଇଛି । କିନ୍ତୁ ଦ୍ରୌପଦୀଙ୍କ ବିଜୟୀ ହେବାର ସମ୍ଭାବନା ଅଧିକ ରହିଛି । ଆସନ୍ତା ଜୁଲାଇ ୨୧ ତାରିଖରେ ଭୋଟ ଗଣନା ହେବ । ଏବଂ ଜୁଲାଇ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

The post ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ? ସରିଲା ଭୋଟ ଗ୍ରହଣ, ୯୯ ପ୍ରତିଶତ ମତଦାନ first appeared on Kanak News.



from Kanak News https://ift.tt/xGfRI8V https://ift.tt/h6c0jnE
ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ? ସରିଲା ଭୋଟ ଗ୍ରହଣ, ୯୯ ପ୍ରତିଶତ ମତଦାନ Kanak News ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ? ସରିଲା ଭୋଟ ଗ୍ରହଣ, ୯୯ ପ୍ରତିଶତ ମତଦାନ Kanak News Reviewed by SUBHENDU BARAL on July 18, 2022 Rating: 5

No comments:

Powered by Blogger.