କାନାଡାରେ ଚମକିଲେ ଓଡ଼ିଆା ଝିଅ । କାନାଡାରେ ଶତାଧିକ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ପଛୁଆ ଜିଲ୍ଲା ତଥା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁର ଝିଅ ମିତାଲି ପଣ୍ଡା ବର୍ମା ମିସେସ ୟୁନିଭର୍ସ କାନାଡା ଟାଇଟଲ ହାସଲ କରିଛନ୍ତି । ଏହି ଟାଇଟଲ ହସାଲ ପରେ ଏବେ ମିସେସ ୟୁନିଭର୍ସ ପ୍ରତିଯୋଗିତା ପାଇଁ ଆସନ୍ତା ୨୨ ତାରିଖରୁ ଦକ୍ଷିଣ କୋରିଆ ଗସ୍ତ କରିବେ । ଏହି ଖବର ପାଇବା ପରେ ମିତାଲିଙ୍କ ପରିବାର ବନ୍ଧୁବର୍ଗଙ୍କ ସମେତ ଜୟପୁର ସହରରେ ଖୁସିର ଲହରି ଖେଳିଯାଇଛି ।
ସୂଚନା ଅନୁସାରେ, ମିତାଲି ଏବେ କାନାଡାରେ ସଫ୍ଟେୱେୟାର ଇଂଜିନିଅର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ୱାମୀ ସନ୍ଦୀପ ବର୍ମା ମଧ୍ୟ କାନାଡାରେ କାର୍ଯ୍ୟରତ । ସ୍କୁଲ ଶିକ୍ଷା ପରେ ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟରେ ସ୍ନାତକ ସାରିବା ପରେ ଭୁବନେଶ୍ୱର ସ୍ଥିତ ଏକ ଇଂଜିନିଅରିଂ ଇନଷ୍ଟିଟ୍ୟୁଟରେ ଇଂଜିନିଅରିଂ ଶିକ୍ଷା ଲାଭ କରିଥିଲେ । ବିଭିନ୍ନ ଘରୋଇ କଂପାନୀରେ ନିଜର ଚାକିରି ଜୀବନ ଜାରି ରଖିଥିଲେ ।୨୦୧୭ ସମିହାରେ ଜୟପୁର ଆଇଟି ପ୍ରଫେସନାଲ ସନ୍ଦୀପ ବର୍ମୀଙ୍କୁ ବିବାହ କରି ୨୦୧୮ ମସିହାରେ କାନାଡା ଚାଲି ଯାଇଥିଲେ । ସେଠାରେ ନିଜର ବୃତ୍ତି ସହ ନିଜର କଳାକୁ ମଧ୍ୟ ଲୋକଲୋଚନକୁ ଆଣିଥିଲେ ମିତାଲି ପଣ୍ଡା ।
from Latest Odisha News, Breaking News Today | Top Updates on Corona - OTV News https://ift.tt/v8VqEGF
No comments: