ଅଗ୍ନିପଥକୁ ନେଇ ମିଥ୍ୟା ଖବର ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ । ୩୫ ହ୍ୱାଟ୍ସଆପ ଗ୍ରୁପ ବ୍ୟାନ, ୧୦ ଗିରଫ; ଆଉ କିଛି ଗ୍ରୁପ ଉପରେ ନଜର Kanak News
କନକ ବ୍ୟୁରୋ : ଅଗ୍ନିପଥ ଯୋଜନା ବିରୋଧରେ ହିଂସା ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଛି କେନ୍ଦ୍ର । ସୋସିଆଲ୍ ମିଡିଆରେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀରକୁ ନେଇ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗରେ ୩୫ଟି ହ୍ୱାଟ୍ସଆପ୍ ଗ୍ରୁପକୁ ବ୍ୟାନ କରାଯାଇଛି । କେନ୍ଦ୍ର ସରକାର କହିଛନ୍ତି, ଗୁଜବ ପ୍ରଚାର କରି କିଛି ଗୋଷ୍ଠୀ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ।
ମିଛ ଖବର ପ୍ରଚାର କରୁଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ହ୍ୱାଟ୍ସଆପ୍ ଫାକ୍ଟ ଚେକ୍ ପାଇଁ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଛି । ବିହାର ଭଳି ରାଜ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ମିଛ ଖବର ପ୍ରସାର କରି ହିଂସାକୁ ପ୍ରୋତ୍ସାହିତ କରାଯାଉଥିବା କୁହାଯାଉଛି । ବିହାରର ୧୨ଟି ଜିଲ୍ଲାରେ ଇଂଟରନେଟ୍ ସେବା ବନ୍ଦ ରହିଛି । ହିଂସାକାଣ୍ଡ ଭିଆଉଥିବା ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି, ସେମାନଙ୍କ ମୋବାଇଲ୍ ଚେକ୍ କରାଯିବା ସହ ଜବତ କରାଯାଇଛି ।
ତେଲେଙ୍ଗାନା ପୁଲିସ ଜଣେ କୋଚିଂ ସେଂଟର ମାଲିକକୁ ଗିରଫ କରିଛି । ସେ ଏକ ହ୍ୱାଟ୍ସଆପ୍ ଗ୍ରୁପ କରି ଗୁଜବ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଶନିବାର ଅପେକ୍ଷା ରବିବାର ପ୍ରତିବାଦ ଓ ହିଂସାକାଣ୍ଡ କମ ରହିଥିଲା । ତେବେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦେଇଥିବାରୁ ପ୍ରତିବାଦ ଓ ବିକ୍ଷୋଭ ବ୍ୟାପକ ରୂପ ଧାରଣ କରିପାରେ ବୋଲି ଆଶଙ୍କା କରାଯାଉଛି ।
The post ଅଗ୍ନିପଥକୁ ନେଇ ମିଥ୍ୟା ଖବର ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ । ୩୫ ହ୍ୱାଟ୍ସଆପ ଗ୍ରୁପ ବ୍ୟାନ, ୧୦ ଗିରଫ; ଆଉ କିଛି ଗ୍ରୁପ ଉପରେ ନଜର first appeared on Kanak News.
from Kanak News https://ift.tt/G8qermn https://ift.tt/hYLp9db
No comments: