କନକ ବ୍ୟୁରୋ : ଆଜି ଦିଲ୍ଲୀରୁ ଇଟାଲୀ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ରୋମରେ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବକ୍ତବ୍ୟ ରଖିବେ । ୟୁରୋପରେ ପ୍ରବାସୀ ଓଡିଆଙ୍କୁ ଭେଟି ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ନେଇ ଆଲୋଚନା ମଧ୍ୟ କରିବେ । ଏହି ଅବସରରେ ନବୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଭାଟିକାନ ସିଟିରେ ପୋପଙ୍କୁ ଭେଟିବେ । ଭାଟିକାନ୍ ସିଟିରେ ହେବାକୁ ଥିବା ଏହି ସାକ୍ଷାତ ଆଲୋଚନା ଇତିହାସ ସୃଷ୍ଟି କରିବାକୁ ଯାଉଛି ।
ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଷଷ୍ଠାଂଶ ଲୋକଙ୍କ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ସହ ଏହି ଆଲୋଚନାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । ୮୫ ବର୍ଷୀୟ କ୍ୟାଥଲିକ ଚର୍ଚ୍ଚର ଏହି ଧର୍ମଗୁରୁ, ବେସରକାରୀ ସ୍ତରରେ ଯୋଗାଇ ଦିଆଯାଉଥିବା ବିଶ୍ୱରେ ସବୁଠାରୁ ବଡ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ମୁଖ୍ୟ । ଭାରତ ଫେରିବା ବେଳେ ନବୀନ ଦୁବାଇରେ ମଧ୍ୟ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଭେଟି ବିଗତ ଦୁଇ ଦଶନ୍ଧୀରେ ରାଜ୍ୟର ରୁପାନ୍ତରଣ ବିଷୟରେ ଚର୍ଚ୍ଚା କରିବେ ।
The post ଆଜି ଦିଲ୍ଲୀରୁ ଇଟାଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବେ first appeared on Kanak News.
from Kanak News https://ift.tt/HzPKJgp https://ift.tt/oZiCdcV
No comments: