ଦୀର୍ଘ ୫ ଦିନର ସଂଘର୍ଷ ପରେ ଉଦ୍ଧାର ହେଲେ ରାହୁଲ, ବିଳାସପୁର ହସ୍ପିଟାଲରେ ଭର୍ତ୍ତି Kanak News

କନକ ବ୍ୟୁରୋ : ଦୀର୍ଘ ୫ ଦିନର ସଂଘର୍ଷ ପରେ ରାହୁଲ ଉଦ୍ଧାର ହୋଇଛି । ଉଦ୍ଧାର ପରେ ତାକୁ ତୁରନ୍ତ ବିଳାସପୁର ସ୍ଥିତ ଆପୋଲା ହସ୍ପିଟାଲକୁ ନେଇ ସେଠାରେ ଚିକିତ୍ସା କରାଯାଉଛି । ଶେଷ ଖବର ସୁଦ୍ଧା ରାହୁଲ ସୁସ୍ଥ ଥିବା ଖବର ମିଳିଛି । ସେ ସ୍ୱାଭାବିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଉଛି, ବ୍ଲଡ ପ୍ରେସର, ସୁଗାର, ନର୍ମାଲ ଥିବା ବେଳେ ହୃଦସ୍ପନ୍ଦନ ମଧ୍ୟ ସ୍ୱାଭାବିକ ଥିବା ସୂଚନା ମିଳିଛି । ରାହୁଲ ଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବ ବୋଲି ଆଶାପ୍ରକାଶ କରିଛନ୍ତି ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର ।

ଛତିଶଗଡର ଜାଂଞ୍ଜଗିର-ଚାମ୍ପା ପିହରିଦ ଗାଁରେ ବୋରୱେଲ ଭିତରେ ଫସି ଥିବା ରାହୁଲଙ୍କୁ ୧୦୫ ଘଂଟାର ଉଦ୍ଧାର ଅପରେସନ ସଫଳ ହୋଇଛି । ୮୦ ଫୁଟ୍ ଗଭୀର ବୋରୱେଲ ଗାତରୁ ରାହୁଲ ସୁରକ୍ଷିତ ଉଦ୍ଧାର ହୋଇଛି  । ଛତିଶଗଡ ପ୍ରଶାସନ, ଏସଡିଆରଏଫ, ଏନଡିଆରଏଏଫ, ସେନା ଯବାନ ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି । ବୋରୱେଲ ଗାତରୁ ସୁଡଙ୍ଗ ଦେଇ ବାହାର କରିବା ପରେ ସୁଡଙ୍ଗ ମୁହଁରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତୁରନ୍ତ ତାକୁ ଅକ୍ସିଜେନ ଦେଇ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା । ଏହାପରେ ଗ୍ରୀନକରିଡର ଦେଇ ଅତ୍ୟାଧୁନିକ ଚିକିତ୍ସା ସୁବିଧାଯୁକ୍ତ ଆମ୍ବୁଲାନ୍ସରେ ୧୧୨ କିଲୋମିଟର ଦୂର ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଛି ।

ଆମ୍ବୁଲାନ୍ସରେ ଆସିୟୁ ବେଡ, ଅକ୍ସିଜେନ, ଭେଂଟିଲେଟର ସୁବିଧା ରହିଛି । ଘଟଣାସ୍ଥଳରୁ ବିଳାସପୁର ହସ୍ପିଟାଲ ଯାଏଁ ଗ୍ରୀନ କରିଡର ପୂର୍ବରୁ ପ୍ରସ୍ତୁତ ରଖାଯାଇଥିଲା, ଯେପରି ଉଦ୍ଧାର ପରେ କୌଣସି ଡେରି ନକରି ଚିକିତ୍ସା ସୁବିଧା ଯୋଗାଯାଇ ପାରିବ । ଆମ୍ବୁଲାନ୍ସରେ ରାହୁଲ ସହ ବିଶେଷଜ୍ଞ ଡାକ୍ତରୀ ଟିମ୍ ଓ ତା ମାଆ ହସ୍ପିଟାଲକୁ ଯାଇଛନ୍ତି । ପୂର୍ବରୁ ବିଳାସପୁର ଆପୋଲେ ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ରାହୁଲ ପାଇଁ ଆଇସିୟୁ ରୁମ ବୁକ କରାଯାଇଥିଲା । ରାହୁଲଙ୍କୁ ନେଇ ହସ୍ପିଟାଲ ପହଂଚିବା ପରେ ଆଇସିୟୁ ରୁମକୁ ନେଇ ଚିକିତ୍ସା ଆରମ୍ଭ କରାଯାଇଛି ।

The post ଦୀର୍ଘ ୫ ଦିନର ସଂଘର୍ଷ ପରେ ଉଦ୍ଧାର ହେଲେ ରାହୁଲ, ବିଳାସପୁର ହସ୍ପିଟାଲରେ ଭର୍ତ୍ତି first appeared on Kanak News.



from Kanak News https://ift.tt/MR1Iv3c https://ift.tt/tYFUxwB
ଦୀର୍ଘ ୫ ଦିନର ସଂଘର୍ଷ ପରେ ଉଦ୍ଧାର ହେଲେ ରାହୁଲ, ବିଳାସପୁର ହସ୍ପିଟାଲରେ ଭର୍ତ୍ତି Kanak News ଦୀର୍ଘ ୫ ଦିନର ସଂଘର୍ଷ ପରେ ଉଦ୍ଧାର ହେଲେ ରାହୁଲ, ବିଳାସପୁର ହସ୍ପିଟାଲରେ ଭର୍ତ୍ତି Kanak News Reviewed by SUBHENDU BARAL on June 14, 2022 Rating: 5

No comments:

Powered by Blogger.