ଥମିବାର ନାଁ ଧରୁନି ଅଗ୍ନିପଥ ବିରୋଧୀ ଆନ୍ଦୋଳନ : ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ୱେ ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା Kanak News
କନକ ବ୍ୟୁରୋ : ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ୱେ ଅଗ୍ନିବୀର ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଦେଶର ପ୍ରାୟ ଅଧାରୁ ଅଧିକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବିଭିନ୍ନ ସଂଗଂଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଶେଷ କରି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଯୋଗୁଁ ରେଳବାଇର ବିଶେଷ କ୍ଷତି ହେବାରେ ଲାଗିଛି । ପରିସ୍ଥିିତିକୁ ନଜରରେ ରଖି ହାଇଆଲର୍ଟରେ ରହିଛନ୍ତି ଆରପିଏଫ ଓ ଜିଆରପି ।
ପ୍ରଦର୍ଶନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତୁପକ୍ଷ ଉଭୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ସଂଗୀନ ଧାରାରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଏଥିସହ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ମୋବାଇଲ, ସିସିଟିଭି, କ୍ୟାମେରାରେ କଏଦ ହୋଇଥିବା ଚିତ୍ରକୁ ଡିଜିଟାଲ ସାକ୍ଷୀ ଭାବେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବନ୍ଦ ସମୟରେ ଅଧିକ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ସେଫ୍ଟି ଗିୟର ପିନ୍ଧିବାକୁ କୁହାଯାଇଛି । ଯେଉଁ ଷ୍ଟେସନ ଗୁଡିକ ସମ୍ବେଦନଶୀଳ ସେଠିକୁ ବାରମ୍ବାର ଗସ୍ତ କରି ନିରିକ୍ଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
The post ଥମିବାର ନାଁ ଧରୁନି ଅଗ୍ନିପଥ ବିରୋଧୀ ଆନ୍ଦୋଳନ : ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ୱେ ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା first appeared on Kanak News.
from Kanak News https://ift.tt/LoqhTBM https://ift.tt/eCafSXr
No comments: