ତୀବ୍ର ହେଉଛି ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ : ୧୨ଟି ଟ୍ରେନ୍ ଜାଳିଦେଲେଣି ଆନ୍ଦୋଳନକାରୀ; ୨୦୦ରୁ ଅଧିକ ଟ୍ରେନ୍ ବାତିଲ Kanak News

କନକ ବ୍ୟୁରୋ : ସେନାବାହିନୀରେ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । ଏହି ଆନ୍ଦୋଳନ ଏବେ ୧୩ ରାଜ୍ୟକୁ ବ୍ୟାପିଲାଣି । ବିହାର, ପଶ୍ଚିମବଙ୍ଗ, ଉତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ସହ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ ହୋଇଛି । ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଆନ୍ଦୋଳନକାରୀମାନେ ୧୨ଟି ଟ୍ରେନ୍ରେ ନିଆଁ ଲଗାଇଦେଇଛନ୍ତି ।

ଆନ୍ଦୋଳନ ଯୋଗୁ ୨୦୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଛି । ସିକନ୍ଦରାବାଦରେ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଗୁଳିମାଡ଼ କରିଥିଲା । ଏଥିରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୫ ଜଣ ଆହତ ହୋଇଛନ୍ତି । ଆନ୍ଦୋଳନକାରୀମାନେ ସିକନ୍ଦରାବାଦ ରେଳ ଷ୍ଟେସନ୍ରେ ଏକ ଟ୍ରେନ୍ ଜାଳି ଦେଇଛନ୍ତି । ବିହାରରେ ହିଂସା ଭୟଙ୍କର ରୂପ ନେଇଛି । ଆନ୍ଦୋଳନକାରୀମାନେ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି ।

ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ବନ୍ଦ ପାଳନ ହେବ । ଆରଜେଡି ସମେତ ବାମ ଦଳ ଗୁଡିକ ଏହାକୁ ସମର୍ଥନ କରିଛନ୍ତି । ରାଜ୍ୟରେ ହିଂସା ବଡୁଥିବାରୁ ପୋଲିସ ପକ୍ଷରୁ ଅନେକ ସହରରେ ଇଣ୍ଟରନେଟ୍ ସେବା ବାତିଲ କରାଯାଇଛି । ବିହାରରେ ୬୫୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆଜିର ବୈଠକରେ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଲାଗି ରହିଥିବା ବିରୋଧ ପ୍ରସଙ୍ଗ ସ୍ଥାନ ପାଇପାରେ ।

ଉତ୍ତରପ୍ରଦେଶରେ ୧୭ଟି ସ୍ଥାନରେ ଆନ୍ଦୋଳନ ହୋଇଥିବା ଖବର ମିଳିଛି । ବାଲିଆ ଏବଂ ଆଲିଗଡ଼ରେ ପୋଡ଼ାଜଳା ହୋଇଛି । ଆଲିଗଡ଼ର ଟପ୍ପଲ ନିକଟସ୍ଥ ଯମୁନା ଏକ୍ସପ୍ରେସ୍‌ୱେରେ ଆନ୍ଦୋଳନକାରୀମାନେ ଏକ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି । ବାରଣାସୀରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ବସ୍‌ ଉପରକୁ ପଥର ମାଡ଼ ହୋଇଛି । ବାଲିଆରେ ଆନ୍ଦୋଳନକାରୀମାନେ ଏକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ଏବଂ ୨ଟି ଟ୍ରେନ୍‌ ଭଙ୍ଗାରୁଜା କରିଛନ୍ତି । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । ଇତି ମଧ୍ୟରେ ରେଳମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଯୁବଗୋଷ୍ଠୀଙ୍କୁ ହିଂସାରେ ସାମିଲ ନହେବା ପାଇଁ ଏବଂ ରେଳ ସମ୍ପତ୍ତି ନଷ୍ଟ ନକରିବାପାଇଁ ଅନୁରୋଧ କରିଛନ୍ତି ।

The post ତୀବ୍ର ହେଉଛି ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ : ୧୨ଟି ଟ୍ରେନ୍ ଜାଳିଦେଲେଣି ଆନ୍ଦୋଳନକାରୀ; ୨୦୦ରୁ ଅଧିକ ଟ୍ରେନ୍ ବାତିଲ first appeared on Kanak News.



from Kanak News https://ift.tt/hKL6gl8 https://ift.tt/brae1YK
ତୀବ୍ର ହେଉଛି ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ : ୧୨ଟି ଟ୍ରେନ୍ ଜାଳିଦେଲେଣି ଆନ୍ଦୋଳନକାରୀ; ୨୦୦ରୁ ଅଧିକ ଟ୍ରେନ୍ ବାତିଲ Kanak News ତୀବ୍ର ହେଉଛି ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ : ୧୨ଟି ଟ୍ରେନ୍ ଜାଳିଦେଲେଣି ଆନ୍ଦୋଳନକାରୀ; ୨୦୦ରୁ ଅଧିକ ଟ୍ରେନ୍ ବାତିଲ Kanak News Reviewed by SUBHENDU BARAL on June 17, 2022 Rating: 5

No comments:

Powered by Blogger.