ଜୀବନ ଅଛି ତ ସମସ୍ୟା ଅଛି। କିନ୍ତୁ ସେହି ସବୁ ସମସ୍ୟାକୁ ସାମ୍ନା କରି ସେଥିରୁ ସଫଳତା ପାଇବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁ। ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ଜୀବନରେ ଅନେକ ସମସ୍ୟାକୁ ଭୋଗୁଛନ୍ତି। ଏସବୁ ଭିତରୁ ଶାରୀରିକ ଅଭାବ ଏକ ବଡ ସମସ୍ୟା, ଯାହାକୁ ଜୀବନସାରା ସହିବାକୁ ହୋଇଥାଏ। କିନ୍ତୁ ଏମିତିରେ ବି ଅନେକ ବାସ୍ତବ ଜୀବନର ହିରୋ ଅଛନ୍ତି, ଯେଉଁମାନେ ଏହି ସବୁ ଅଭାବ ସାମ୍ନାରେ ହାରି ଯାଇ ନାହାନ୍ତି। ଏସବୁକୁ ସାମ୍ନା କରି ସେମାନଙ୍କର ସ୍ୱପ୍ନକୁ ପୂରଣ କରିଛନ୍ତି। ସେମାନଙ୍କର ସଫଳତା ସମସ୍ତଙ୍କୁ ଆଗକୁ ବଢିବାବାକୁ ପ୍ରେରଣା ଦିଏ।
ଆଜି ଆମେ ଏପରି ଜଣେ ମହିଳାଙ୍କ କାହାଣୀ କହିବୁ, ଯାହାଙ୍କ ଜୀବନ ସମସ୍ତଙ୍କୁ ପ୍ରେରଣା ଦେଉଛି। ଏହି ମହିଳା ଜଣଙ୍କ ନାମ ହେଉଛି ଦୀପାଲି ଶିବଶଙ୍କର। ଜୀବନର ଅସୁବିଧା ସହି ସଂଗ୍ରାମ କରି ଦୀପାଲି ଶିବ ଶଙ୍କର ସଫଳତା ଆଡକୁ ଏକ ରାସ୍ତା ପ୍ରସ୍ତୁତ କରିଛନ୍ତି। ଦିପାଲି ଶିବଶଙ୍କର କେବେ ବି ବିଶ୍ୱାସ କରି ନଥିଲେ ଯେ ତାଙ୍କ ଶାରୀରିକ ଦୁର୍ବଳତା ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଦେବ ବୋଲି। କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ସେ ବିଜୟ ହୋଇ ପ୍ରମାଣ କରିଦେଇଛନ୍ତି ଯେ ସେ ଜଣେ ପ୍ରକୃତ ଲାଇଫ୍ ହିରୋ।
କିଏ ଏହି ଦୀପାଲି ଶିବ ଶଙ୍କର:
ଦୀପାଲି ଶିବଶଙ୍କର ଜଣେ ଫ୍ୟାଶନ୍ ଡିଜାଇନର୍। ପୋଷାକ ସିଲେଇ କରିବା ଶିଖିବା ଠାରୁ ଆରମ୍ଭ କରି ନିଜେ ଡିଜାଇନ୍ କରିବାର ତାଙ୍କ ଯାତ୍ରା ଏତେ ସହଜ ନଥିଲା। ତାଙ୍କ ପଥରେ ଯେତେ ବି ଅସୁବିଧା ଆସିଥିଲା ଦୀପାଲି ପ୍ରତ୍ୟେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଫ୍ୟାଶନ୍ ଡିଜାଇନ୍ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ।
ଶିକ୍ଷା ଏବଂ ଜୀବନ ସଂଗ୍ରାମ:
ଦୀପାଲି ଶିବଶଙ୍କର ପୁଣେର ହିଞ୍ଜ ଗାଁର ବାସିନ୍ଦା। ସେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ। ସେ ଅଧିକ ପଢିବା ପାଇଁ ଚାହୁଁଥିଲେ ମଧ୍ୟ ଶାରୀରିକ ଅକ୍ଷମତା ହେତୁ ସେ ଗାଁ ଠାରୁ ଦୂର ସ୍କୁଲ୍ କିମ୍ବା କଲେଜକୁ ନିଜେ ଯାଇପାରୁ ନଥିଲେ। ଫଳରେ ଦୀପାଲି ଘରେ ରହି ତାଙ୍କ ପିତାମାତାଙ୍କୁ ସାହାଯ୍ୟ କରିବାକୁ ଏବଂ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ନିଷ୍ପତ୍ତି ନେଇଥିଲେ।
ଏଇଠୁ ମିଳିଲା ଆଗକୁ ଯିବାର ସୁଯୋଗ:
ପ୍ରଥମେ ସେ ସିଲେଇ ଶିଖିଲେ। ଘରେ ବ୍ଲାଉଜ୍ ସିଲେଇ କାରିବା ଆରମ୍ଭ କଲେ। ବାପାମାଆ ମଧ୍ୟ ଝିଅ ପାଇଁ ଏକ ସିଲେଇ ମେସିନ୍ କିଣିଦେଲେ। ଯେତେବେଳେ ସେ ଜୀବନ ଜ୍ୟୋତି ମହିଳା ସଶକ୍ତିକରଣ ପାଠ୍ୟକ୍ରମରେ ନାମ ଲେଖାଇଲେ ଦୀପାଲିଙ୍କ ଜୀବନ ଏକ ନୂଆ ପଥ ପାଇଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ମାଗଣା ପରିବହନ ସୁବିଧା, ଶିକ୍ଷା ପାଇଁ ଟଙ୍କା ମିଳିଲା, ଯାହାଫଳରେ ସେ ଗାଁ ବାହାରେ ଯାଇ ତାଲିମ ନେଇପାରିଲେ।
ଫ୍ୟାଶନ୍ ଡିଜାଇନିଂରେ ତାଲିମ:
ଫ୍ୟାଶନ୍ ଡିଜାଇନିଂରେ ତାଲିମ ପାଇଁ ତାଙ୍କୁ ଗାଁ ଠାରୁ ପ୍ରାୟ ୩୫-୪୦ କିଲୋମିଟର ଯାତ୍ରା କରିବାକୁ ପଡିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ନେବା ପାଇଁ ଏକ କାର୍ ଆସୁଥିଲ। କିନ୍ତୁ ଦିପାଲୀ ସେହି କାର୍ ଭିତରକୁ ଯିବା ଏବଂ ବାହାରକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତାଙ୍କ ପାଇଁ ପ୍ରତିଦିନ ଯାତ୍ରା କରିବା କଷ୍ଟକର ଥିଲା ସତ କିନ୍ତୁ ସେ ଏହିସବୁ ଅସୁବିଧାକୁ ସାମ୍ନା କରିଥିଲେ।
ତାଲିମ ବେଳେ ସେ ନୂଆ ବନ୍ଧୁମାନଙ୍କୁ ଭେଟିଥିଲେ, ଯେଉଁମାନେ ତାଙ୍କୁ କ୍ଲାସ୍କୁ ଯିବା, ଭ୍ରମଣ ଏବଂ ଅନ୍ୟାନ୍ୟ କାମରେ ସାହାଯ୍ୟ କରିଥିଲେ। ଏଠାରେ ସେ ଫ୍ୟାଶନକୁ ନେଇ ଅଧ୍ୟୟନ କରିଥିଲେ। ପିଲାମାନଙ୍କ ପୋଷାକ ଠାରୁ ଆରମ୍ଭ କରି ମହିଳା ଏବଂ ପୁରୁଷ ପୋଷାକ ପର୍ଯ୍ୟନ୍ତ ସେ ଡିଜାଇନ୍ ଏବଂ ସିଲେଇ ତାଲିମ ନେଇଥିଲେ। ଆଜି ସେ କେବଳ ବ୍ଲାଉଜ୍ ସିଲେଇ କରୁ ନାହାନ୍ତି, ବରଂ ସେ ହୋଇଯାଇଛନ୍ତି ଜଣେ ପୋଷାକ ଡିଜାଇନର୍। ଜଣେ ଫ୍ୟାଶନ୍ ଡିଜାଇନର୍ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/QBSqNDo
No comments: