ବର୍ଗର ଖାଇବାକୁ କିଏ ବା ପସନ୍ଦ ନ କରେ। କିନ୍ତୁ ଆପଣ କ’ଣ ଏହାକୁ ପ୍ରତିଦିନ ଖାଇ ପାରିବେ? ଉତ୍ତର ବୋଧହୁଏ ନାଁ ଆସିବ। କିନ୍ତୁ ଜଣେ ବ୍ୟକ୍ତି ଏମିଛି କିଛି କରି ଦେଖେଇଛନ୍ତି। ଏହି ବ୍ୟକ୍ତି ତାଙ୍କ ଯୌବନରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମ୍ୟାକ୍ଡୋନାଲ୍ଡର ବ୍ରଗର ଖାଇ ଏକ ବିଶ୍ୱ ରେକର୍ଡ(ଗିନିଜ ୱାର୍ଲ୍ଡ ରେକର୍ଡ) ସୃଷ୍ଟି କରିଛନ୍ତି ।
ଗିନିଜ୍ ୱାର୍ଲ୍ଡ ରେକର୍ଡସ (GWR) ଅନୁଯାୟୀ, ଆମେରିକାର ୱିସ୍କାନ୍ସିନ୍ ରାଜ୍ୟ ବାସିନ୍ଦା ଡନ୍ ଗୋର୍ସ୍କେ ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ସେ ଏପର୍ଯ୍ୟନ୍ତ ୩୨,୩୪୦ ବିଗ୍ ମ୍ୟାକ୍ ବର୍ଗର୍ ଖାଇ ସାରିଛନ୍ତି। ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଗଣନା ଆଧାରରେ ତାଙ୍କର ଏହି ରେକର୍ଡ କରାଯାଇଛି।
GWR ଏହାର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଗୋସ୍କେଙ୍କ ଫଟୋ ସହିତ ଏକ ଲମ୍ବା ନୋଟ୍ ପୋଷ୍ଟ୍ କରି ବର୍ଗର ଖାଇବା ପାଇଁ ଗୋର୍ସ୍କେଙ୍କ ଯାତ୍ରା ବିଷୟରେ ବିସ୍ତୃତ ବିବରଣୀ ଦେଇଛି। GWR କହିଛି ଯେ, “ଆପଣ ଡୋନାଲ୍ଡ ଗୋର୍ସ୍କେଙ୍କୁ' ବିଗ୍ ମ୍ୟାକ୍ସର କିଙ୍ଗ୍ 'ବୋଲି ମଧ୍ୟ କହିପାରିବେ। ତେବେ ଗୋର୍ସ୍କେ ତାଙ୍କର ପ୍ରଥମ ବିଗ୍ ମ୍ୟାକ୍ ୧୭ ମେ ୧୯୭୨ରେ ଖାଇଥିଲେ ଏବଂ ସେହିଦିନଠାରୁ ଏହି ପ୍ରକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି।
ପ୍ରକାଶଥାଉ ଯେ ଗୋର୍ସ୍କେ ମେ ୧୭ରେ ଫୋଣ୍ଡ୍ ଡୁ ଲୈକ୍ରେ ସ୍ଥାନୀୟ ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ଏକ ବିଗ୍ ମ୍ୟାକ୍ ଖାଇ ୫୦ ବର୍ଷ ପୂର୍ତ୍ତି ପାଳନ କରିଥିଲେ। କୌତୁହଳର ବିଷୟ ଯେ ମ୍ୟାକଡୋନାଲ୍ଡର ଆଉଟ୍ଲେଟ୍ ବାହାରେ ଏକ ବୋର୍ଡ ଲଗାଇ ଗୋର୍ସ୍କେଙ୍କୁ ସ୍ୱାଗତ କରିଥିଲେ, ଯେଉଁଥିରେ ଲେଖାଥିଲା, 'ମୈକ୍ଙ୍କ ୫୦ ବର୍ଷ ପାଇଁ ଅଭିନନ୍ଦନ'। ଅକ୍ଷରଗୁଡିକ D-O-N ମ୍ୟାକଡୋନାଲ୍ଡର ସାଇନ୍ ବୋର୍ଡରୁ ନିଆଯାଇଥିଲା। ଏହା ହେଉଛି ସେଇ ଆଉଟଲେଟ୍ ଯେଉଁଠାରେ ୧୯୭୨ରେ ଗୋର୍ସ୍କେ ପ୍ରଥମେ ବିଗ୍ ମ୍ୟାକ୍ ବର୍ଗର ଖାଇଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/mFqwZnx
No comments: