ସାବିତ୍ରୀ ବ୍ରତରେ କାହିଁକି ପୂଜା କରାଯାଏ ବରଗଛକୁ Pramod Behera

ସାବିତ୍ରୀ ଓଷାକୁ ସର୍ବ ଭାରତୀୟ ସ୍ତରରେ ବଟ ସାବିତ୍ରୀ ବ୍ରତ ଭାବେ ମଧ୍ୟ ଜଣାଯାଏ। ଏହି ଦିନ ସଧବା ମହିଳାମାନେ ବଟ ବୃକ୍ଷ ବା ବରଗଛକୁ ପୂଜା କରି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ମହିଳାମାନେ ବରଗଛକୁ ପୂଜାକରି ଏଥିରେ ସୂତା ବାନ୍ଧିଥାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସାବିତ୍ରୀ ବ୍ରତରେ ଗରଗଛକୁ କାହିଁକି ପୂଜା କରାଯାଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

କାହିଁକି କରାଯାଏ ବରଗଛ ପୂଜା:

  • ଜ୍ୟେଷ୍ଠ ଅମାବାସ୍ୟା ଅର୍ଥାତ୍ ବଟ ସାବିତ୍ରୀ ବ୍ରତରେ, ବରଗଛକୁ ପୂଜା କରି ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟ ଏବଂ ସୁଖୀ ଦାମ୍ପତ୍ୟ ଜୀବନର ଆଶୀର୍ବାଦ ପ୍ରାପ୍ତ କରନ୍ତି। ଏହା ଦ୍ୱାରା ସ୍ୱାମୀଙ୍କ ଜୀବନ ଦୀର୍ଘ ହୁଏ ବୋଲି ବିଶ୍ୱାସ ରହିଛି।
  • ପୌରାଣିକ କାହାଣୀ ଅନୁଯାୟୀ, ସାବିତ୍ରୀ ବରଗଛ ତଳେ ହିଁ ନିଜ ମୃତ ସ୍ୱାମୀଙ୍କ ଜୀବନକୁ ଫେରାଇ ଆଣିଥିଲେ। ଏହି ବରଗଛ ମୂଳେ ହିଁ ସେ ତାଙ୍କର ପତିବ୍ରତା ଧର୍ମ ସହିତ ଯମରାଜଙ୍କୁ ପ୍ରସନ୍ନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାରଣରୁ, ମହିଳାମାନେ ଜ୍ୟେଷ୍ଠ ଅମାବାସ୍ୟାରେ ବରଗଛକୁ ପୂଜା କରନ୍ତି।
  • ସନ୍ତାନ ପ୍ରାପ୍ତି ପାଇଁ ବଟ ସାବିତ୍ରୀ ବ୍ରତ ଦିନରେ ମହିଳାମାନେ ବରଗଛକୁ ମଧ୍ୟ ପୂଜା କରନ୍ତି। ସାବିତ୍ରୀ ଯମରାଜଙ୍କୁ ୧୦୦ ପୁତ୍ରର ମାତା ହେବାକୁ ବରଦାନ ମାଗିଥିଲେ। ଯମରାଜ ତାଙ୍କୁ ବରଦାନ ମଧ୍ୟ କରିଥିଲେ, ଯେଉଁଥିପାଇଁ ସତ୍ୟବାନଙ୍କ ଜୀବନ ତାଙ୍କୁ ଫେରାଇ ଦେବାକୁ ପଡିଲା।
  • ବରଗଛ ବିରାଟ ହୋଇଥାଏ, ଏହାର ଶାଖାଗୁଡ଼ିକରୁ ଓହଳ ମଧ୍ୟ ବାହାରେ। ବିଶ୍ୱାସ କରାଯାଏ ଯେ ଏହି ଓହଳରୁ ହିଁ ସାବିତ୍ରୀଙ୍କ ଆଶୀର୍ବାଦ ମିଳିଥାଏ। ଏହି କାରଣରୁ ବଟ ସାବିତ୍ରୀ ବ୍ରତ ଦିନ ମହିଳାମାନେ ଗରଗଛକୁ ପୂଜା କରନ୍ତି।
  • ବିଶ୍ୱାସ ରହିଛି ଯେ ବରଗଛରେ ଦେବୀଦେବତାମାନେ ରୁହନ୍ତି। ବରଗଛର ମୂଳରେ ଭଗବାନ ବ୍ରହ୍ମା, ଛାଲିରେ ଭଗବାନ ବିଷ୍ଣୁ ଏବଂ ଶାଖାରେ ଭଗବାନ ଶିବଙ୍କ ବାସ ବୋଲି କୁହାଯାଏ। ଏହି କାରଣରୁ, ମହିଳାମାନେ ଗରଗଛକୁ ପୂଜା କରନ୍ତି ଏବଂ ଏକତ୍ର ତ୍ରିଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି।
  • ଯେତେବେଳେ ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ବନବାସ କରିଥିଲେ, ସେତେବେଳେ ସେ ଏହିଦିନ ତିର୍ଥରାଜ ପ୍ରୟାଗରେ ଭରଦ୍ୱାଜ ଋଷିଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ସେ ବରଗଛକୁ ମଧ୍ୟ ପୂଜା କରିଥିଲେ। ବରଗଛକୁ ଅକ୍ଷୟବଟ ମଧ୍ୟ କୁହାଯାଏ।


from Latest Odisha News, Breaking News Today | Top Updates on Corona - OTV News https://ift.tt/z0s5h8X
ସାବିତ୍ରୀ ବ୍ରତରେ କାହିଁକି ପୂଜା କରାଯାଏ ବରଗଛକୁ Pramod Behera ସାବିତ୍ରୀ ବ୍ରତରେ କାହିଁକି ପୂଜା କରାଯାଏ ବରଗଛକୁ Pramod Behera Reviewed by SUBHENDU BARAL on May 29, 2022 Rating: 5

No comments:

Powered by Blogger.