ମାଆ ପାଖକୁ ପିଲାଙ୍କୁ ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଶାଶୂଘର ଲୋକ । କେବଳ ଇଚ୍ଛା କରୁନାହାନ୍ତି ତାହା ନୁହେଁ ବରଂ ମାଆ ପାଖରୁ ଛୁଆକୁ ଅଲଗା କରିଦେଇଛନ୍ତି। ଆଉ ଏନେଇ ଥାନାରେ ମାମଲା ବି ଦାୟର ହୋଇଛି। କାମାକ୍ଷାନଗରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ରୀନା ସ୍ୱାଇଁଙ୍କ ପ୍ରଥମ ବିବାହ ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ଶାଶୂଘର ଲୋକଙ୍କ ସବୁ ସମ୍ପର୍କ ତୁଟାଇ ରୀନା ବାପଘରକୁ ପଳାଇ ଆସିଥିଲେ । ହେଲେ ଏଇ ବାହାଘର ପରେ ହଠାତ୍ ଶାଶୂଘର ଲୋକ ରୀନାଙ୍କ ଘରେ ପହଞ୍ଚି ବିଚ୍ ରାସ୍ତାରେ ତାଙ୍କୁ ବାଡ଼େଇ ଥିବାର ସଙ୍ଗୀନ ଅଭିଯୋଗ ହୋଇଛି।
କେବଳ ଏତିକି ନୁହେଁ ବରଂ ରୀନାଙ୍କ ପୂର୍ବ ସ୍ୱାମୀଙ୍କ ଔରସରୁ ଜନ୍ମ ହୋଇଥିବା ଦୁଇ ପିଲାଙ୍କୁ ନିଜ ସାଥୀରେ ଶାଶୂଘର ଲୋକ ନେଇ ଯାଇଛନ୍ତି । ଯାହାକୁ ନେଇ ରୀନା ଥାନାର ଦ୍ୱାରସ୍ଥ ହେବା ସହ ନିଜ ପିଲାଙ୍କୁ ଫେରାଇ ଆଣିବାକୁ ଥାନାରେ ନିବେଦନ କରିଛନ୍ତି ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୀନା ଶାଶୂଘର ଛାଡ଼ିବାର ୩ ବର୍ଷ ବିତିବା ପରେ ବି ଶାଶୂଘରର କୌଣସି ଲୋକ ଆସିନଥିଲେ। ଆଉ ଏବେ ପିଲାଙ୍କୁ ମାଆଠାରୁ ଅଲଗା କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ରୀନା ।
କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ
from Latest Odisha News, Breaking News Today | Top Updates on Corona - OTV News https://ift.tt/N7AYSxm
No comments: