ଲୁଧିଆନା ବିସ୍ଫୋରଣ ମାମଲାର ପର୍ଦ୍ଦାଫାସ; ମୁଖ୍ୟ ଅଭିଯୁକ୍ତ ଗିରଫ, ନାଁ ଗୋପନ ରଖିଲା ପୁଲିସ୍

ନୂଆଦିଲ୍ଲୀ: ପଞ୍ଜାବ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଏନ୍ଆଇଏକୁ ବଡ଼ ସଫଳତା ମିଳିଛି। ଲୁଧିଆନା ବୋମା ବିସ୍ଫୋରଣା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ହେଲେ ଅଭିଯୁକ୍ତର ପରିଚୟ ବର୍ତ୍ତମାନ ଗୋପନ ରଖାଯାଇଛି।

ଏନେଇ ପଞ୍ଜାବ ପୁଲିସ ଡିଜିପି ଭିକ ଭୱାରା ସୂଚନା ଦେଇ କହିଛନ୍ତି "ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ପଞ୍ଜାବ ପୁଲିସ ପର୍ଦ୍ଦାଫାସ୍ କରିଛି। ବର୍ଡର ରେଞ୍ଜର ଏସ୍‌ଟିଏଫ୍ ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ବିସ୍ଫୋରଣରେ ବ୍ୟବହାର ହୋଇଥିବା ଆଇଡିକୁ ଆଇଏସ୍ଆଇ ଦ୍ୱାରା ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ପଠାଯାଇଥିଲା।"

ଡିଜିପି ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଏନ୍‌ଆଇଏ(ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି) ସହ ମିଶି ଅପରେଶନ କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ମେ ୨୦ରେ ଏସ୍‌ଟିଏଫ୍ ୫ ଜଣଙ୍କୁ ଗିରଫ କରିଥିଲା। ମାମଲାରେ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଥିଲା ବୋଲି ଡିଜିପି କହିଛନ୍ତି।
ଗିରଫମାନେ ହେଲେ- ସୁରୁମୁଖ ସିଂହ, ହରପ୍ରୀତ ସିଂହ, ଦିଲବାଗ ସିଂହ ଓ ତାର ସହଯୋଗୀ ବାଗୋ ଏବଂ ସଭିନ୍ଦର ସିଂହ ଓ ସହଯୋଗୀ ଭୋଲା। ତା ସହିତ କେବଳ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଛି। ବିଦେଶରେ ରହି ଫୋନ୍ କଲ ସାହାଯ୍ୟରେ ଖଲିସ୍ତାନ ଗ୍ରୁପ ନାବାଳକକୁ ଟ୍ରେନିଂ ଦେଉଥିଲେ ବୋଲି ତଦନ୍ତରେ ଜଣାପଡ଼ିଛି।

ବିସ୍ଫୋରଣରେ ବ୍ୟବହାର ହୋଇଥିବା ଆଇଡି ପାକିସ୍ତାନରୁ ଆଣାଯାଇଥିଲା। ବିସ୍ଫୋରଣର ଦୁଇଦିନ ପୂର୍ବରୁ ଏହାକୁ ପ୍ରଥମେ ଦିଲବାଗ ସିଂହ ଆଣି ସୁରମୁଖ ସିଂହଙ୍କୁ ଦେଇଥିଲା। ଏହାପରେ ସେ ଗଗନଦୀପକୁ ଦେଇଥିଲା। ଆଉ ବ୍ଲାଷ୍ଟରେ ଗଗନଦୀପର ଜୀବନ ଯାଇଥିଲା।  

କଣ ଥିଲା ମାମଲା-

ସୂଚନା ଥାଉକି, ଗତବର୍ଷ ଡିସେମ୍ବର ୨୩ ତାରିଖରେ ଲୁଧିଆନ କୋର୍ଟ ପରିସରରେ ଏକ ବିସ୍ଫୋରଣ ହୋଇଥିଲା। ଘଟଣାରେ ଏନ୍‌ଆଇଏ ଜର୍ମାନୀର ଖଲିସ୍ତାନୀ ଆତଙ୍କବାଦୀ  ଜଶୱିନ୍ଦର ସିଂହ ମୁଲତାନୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମୁଲତାନୀର ପୂର୍ବରୁ ଏପ୍ରିଲ ୨୪ରେ ଚଣ୍ଡିଗଡ଼ ବୁଦାଲୀ ଜେଲ୍‌ରେ ଆଇଡି ସେଟ୍ ରଖିବା ମାମଲାରେ ମଧ୍ୟ ସମ୍ପୃକ୍ତି ରହିଛି।



from Prameya News7 https://ift.tt/EUeSjdG
ଲୁଧିଆନା ବିସ୍ଫୋରଣ ମାମଲାର ପର୍ଦ୍ଦାଫାସ; ମୁଖ୍ୟ ଅଭିଯୁକ୍ତ ଗିରଫ, ନାଁ ଗୋପନ ରଖିଲା ପୁଲିସ୍ ଲୁଧିଆନା ବିସ୍ଫୋରଣ ମାମଲାର ପର୍ଦ୍ଦାଫାସ; ମୁଖ୍ୟ ଅଭିଯୁକ୍ତ ଗିରଫ, ନାଁ ଗୋପନ ରଖିଲା ପୁଲିସ୍ Reviewed by SUBHENDU BARAL on May 21, 2022 Rating: 5

No comments:

Powered by Blogger.