ୱିମେନ୍ସ ବିଜନେସ ମେଳା, ଚତୁର୍ଥ ଦିନରେ ଆକର୍ଷଣ ଅର୍ଜୁନ ରାମପାଲ । ପରିବାର ସହ ଆସନ୍ତୁ, ବିଜନେସ ଆଇଡିଆ ନେବା ସହ ଫୁଡକୋର୍ଟର ମଜାଉଠାନ୍ତୁ … Kanak News

କନକ ବ୍ୟୁରୋ: ରାଜଧାନୀରେ ଜମୁଛି ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା । ବ୍ୟବସାୟ ବାଣିଜ୍ୟର ନୂଆ ନୂଆ କୌଶଳ, ବିଜେନସ ଆଇଡିଆ ପାଇଁ ଅନୁଷ୍ଠିତ ହେଉଥିବା ଏହି ମହିଳାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟାରେ ଲୋକେ ସାମିଲ ହେଉଛନ୍ତି । ନୂଆ ଉଦ୍ଦ୍ୟୋଗୀଙ୍କୁ ବ୍ୟବସାୟର ନୂଆ ରାସ୍ତା ଦେଖାଇବାରେ ଏହି ମେଳା ସହାୟତା କରୁଛି । ମେଳାରେ ଥିବା ସୁସଜ୍ଜିତ ତୋରଣ ସହ ବିଭିନ୍ନ ଷ୍ଟଲ ଅନେକଙ୍କୁ ଏହି ମେଳାକୁ ଟାଣି ଆଣିଛି ।

ଭୁବନେଶ୍ୱରର ଜନତା ମଇଦାନରେ ମେ ୪ରୁ ୮ ତାରିଖ ଯାଏ ଅନୁଷ୍ଠିତ ହେଉଥିବା ଦେଶର ଏହି ପ୍ରଥମ ୱିମେନ୍ସ ବିଜନେସ ମେଳାରେ ବ୍ୟବସାୟର ଅନେକ ନୂଆ ନୂଆ ଆଇଡିଆ ମିଳୁଛି । ଆଇଡବ୍ସୁଇସି ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ୩ ଦିନ ବିତିଯାଇଛି । ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଏଠି ସାମିଲ ହୋଇଛନ୍ତି । ବିଭିନ୍ନ ଷ୍ଟଲରେ ସେମାନେ ନିଜର ସାମଗ୍ରୀ ପ୍ରଦର୍ଶନ କରିବା ସହ ସେମାନଙ୍କ ଜିନିଷ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଷ୍ଟଲରୁ ହିଁ ସ୍ପଷ୍ଟ ଜଣାପଡୁଛି ଏହି ମହିଳା ଉଦ୍ୟୋଗୀ ସେମାନଙ୍କ ବ୍ୟବସାୟକୁ କେତେ ଗୁରୁତ୍ୱଦେଉଛନ୍ତି ।
ଚତୁର୍ଥ ଦିନରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଷ୍ଟାର ଅର୍ଜୁନ ରାମପାଲ, ଇମତିଆଜ ଅଲ୍ଲୀ । ଏହା ସହିତ ଓଲିଉଡ ନାଇଟ ଏବଂ ମେଳାରେ ଥିବା ଫୁଡ କୋର୍ଟର ମଧ୍ୟ ମଜା ଉଠାଇପାରିବେ ରାଜଧାନୀବାସୀ । ଏହି କାର୍ଯ୍ୟକ୍ରମରେ ଅର୍ଜୁନ ରାମପାଲ ସାମିଲ ହେବା ସହ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବେ । ସେହିଭଳି ମେଗା ମେଳାର ଚତୁର୍ଥ ଦିନରେ ୱିମେନ କ୍ୟାନ୍ ଚେଞ୍ଜ ଦି ୱାର୍ଡ ଶୀର୍ଷକ ବିଷୟରେ ଆଲୋଚନା ହେବ ।

ତେବେ ଏହି ବିଜନେସ ମେଳାରେ ପ୍ରମୁଖ ଆକର୍ଷଣ ଥିବା ଫୁଡ୍ କୋର୍ଟ ସମସ୍ତଙ୍କ ମନ କିଣିପାରୁଛି । ଏଠାକୁ ଆସୁଥିବା ଲୋକେ ରାଜ୍ୟର ବିଭିନ୍ନ ଟ୍ରାଡିସନାଲ ଫୁଡର ମଜା ନେବା ସହ ଏହାକୁ କେଉଁଭଳି ଏକ ବିଜନେସରେ ପରିଣତ କରାଯାଇପାରିବେ ସେନେଇ ମଧ୍ୟ ଅନେକ ଟିପ୍ସ ମଧ୍ୟ ପାଇପାରୁଛନ୍ତି । ତେବେ ଏହି ମେଳାରେ ଆପଣ ମାଗଣାରେ ସାମିଲ ହୋଇପାରିବେ । ଆପଣ ବିନା ମୂଲ୍ୟରେ ଏଠାକୁ ଏଣ୍ଟ୍ରି କରିବା ସହ ପୂରା ମେଳାକୁ ବୁଲିପାରିବେ । ପ୍ରଥମ ଥରି ଅନୁଷ୍ଠିତ ହେଉଥିବା ଏହି ଭିନ୍ନ ସ୍ୱାଦର ମେଳାରେ ଆପଣ ସାମିଲ ହୋଇ ଆପଣଙ୍କ ସ୍ୱପ୍ମକୁ ସାକାର କରିପାରିବେ । ଆଇଡବ୍ଲଇସି ଆପଣଙ୍କୁ ସେହି ମାଧ୍ୟମ ଦେଇଛି । ତେଣୁ ଶୀଘ୍ର ଆସି ଏହିମେଳାରେ ନିଜକୁ ସାମିଲ କରନ୍ତୁ ।

The post ୱିମେନ୍ସ ବିଜନେସ ମେଳା, ଚତୁର୍ଥ ଦିନରେ ଆକର୍ଷଣ ଅର୍ଜୁନ ରାମପାଲ । ପରିବାର ସହ ଆସନ୍ତୁ, ବିଜନେସ ଆଇଡିଆ ନେବା ସହ ଫୁଡକୋର୍ଟର ମଜାଉଠାନ୍ତୁ … first appeared on Kanak News.



from Kanak News https://ift.tt/GRuqF3c https://ift.tt/tmMexz4
ୱିମେନ୍ସ ବିଜନେସ ମେଳା, ଚତୁର୍ଥ ଦିନରେ ଆକର୍ଷଣ ଅର୍ଜୁନ ରାମପାଲ । ପରିବାର ସହ ଆସନ୍ତୁ, ବିଜନେସ ଆଇଡିଆ ନେବା ସହ ଫୁଡକୋର୍ଟର ମଜାଉଠାନ୍ତୁ … Kanak News ୱିମେନ୍ସ ବିଜନେସ ମେଳା, ଚତୁର୍ଥ ଦିନରେ ଆକର୍ଷଣ ଅର୍ଜୁନ ରାମପାଲ । ପରିବାର ସହ ଆସନ୍ତୁ, ବିଜନେସ ଆଇଡିଆ ନେବା ସହ ଫୁଡକୋର୍ଟର ମଜାଉଠାନ୍ତୁ … Kanak News Reviewed by SUBHENDU BARAL on May 06, 2022 Rating: 5

No comments:

Powered by Blogger.