ଚଳିତ ବର୍ଷ କମ୍ ରହିବ ମୌସୁମୀ ବର୍ଷା : ପାଣିପାଗ ବିଶେଷଜ୍ଞଙ୍କ ସୂଚନା, ଜୁଲାଇ-ଅଗଷ୍ଟରେ ସ୍ୱାଭାବିକ ଠାରୁ ହେବ କମ୍ ବର୍ଷା Kanak News

କନକ ବ୍ୟୁରୋ : ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଏଥର ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି । ବିଶେଷକରି ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ମୌସୁମୀ ବର୍ଷା କମ୍ ରହିବ ।

ଜୁନ୍ ମାସରେ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା କମ୍ ହେବାର ଆଶଙ୍କା ରହିଥିବା ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ମୌସୁମୀ ଋତୁରେ ମେଘ ସୃଷ୍ଟି ହେବ ଏବଂ ତାପମାତ୍ରା କମିବ । କିନ୍ତୁ ବର୍ଷାର କମ୍ ହେବ । କେବଳ ପରିଚଳନ ଜନିତ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଦକ୍ଷିଣ- ପଶ୍ଚିମ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚି ସାରିଛି ।

ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ସମେତ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ବର୍ଷା ହୋଇଛି । ପାଗ ଅନୁକୂଳ ଥିବାରୁ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ । ତେଣୁ ଓଡ଼ିଶାକୁ ମଧ୍ୟ ମୌସୁମୀ ଆଗୁଆ ଆସିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ସେପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଅସହ୍ୟ ଗରମରେ ଡହଡହ ହେଉଛି ସାରା ଓଡ଼ିଶା । ଆଗାମୀ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

The post ଚଳିତ ବର୍ଷ କମ୍ ରହିବ ମୌସୁମୀ ବର୍ଷା : ପାଣିପାଗ ବିଶେଷଜ୍ଞଙ୍କ ସୂଚନା, ଜୁଲାଇ-ଅଗଷ୍ଟରେ ସ୍ୱାଭାବିକ ଠାରୁ ହେବ କମ୍ ବର୍ଷା first appeared on Kanak News.



from Kanak News https://ift.tt/8rKoqpy https://ift.tt/0EJjBw9
ଚଳିତ ବର୍ଷ କମ୍ ରହିବ ମୌସୁମୀ ବର୍ଷା : ପାଣିପାଗ ବିଶେଷଜ୍ଞଙ୍କ ସୂଚନା, ଜୁଲାଇ-ଅଗଷ୍ଟରେ ସ୍ୱାଭାବିକ ଠାରୁ ହେବ କମ୍ ବର୍ଷା Kanak News ଚଳିତ ବର୍ଷ କମ୍ ରହିବ ମୌସୁମୀ ବର୍ଷା : ପାଣିପାଗ ବିଶେଷଜ୍ଞଙ୍କ ସୂଚନା, ଜୁଲାଇ-ଅଗଷ୍ଟରେ ସ୍ୱାଭାବିକ ଠାରୁ ହେବ କମ୍ ବର୍ଷା Kanak News Reviewed by SUBHENDU BARAL on May 17, 2022 Rating: 5

No comments:

Powered by Blogger.