ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦ ପ୍ରତିଶତ ମତଦାନ ।  Kanak News

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନରେ ୭୧.୯୦ ପ୍ରତିଶତ ମତଦାନ ହୋଇଛି । ଝାରସୁଗୁଡା ସବକଲେକ୍ଟର ଏହି ସୂଚନା ଦେଇଛନ୍ତିି । ସକାଳ ୭ଟାରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୨୭୯ଟି ବୁଥରେ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା । କେତେକ ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଧାଡି ଲମ୍ବିଥିବାରୁ ସେହି ବୁଥରେ ସନ୍ଧ୍ୟା ୭ଟା ୩୦ ଯାଏଁ ମତଦାନ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ବେଳେ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।

ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ କରିବା ପାଇଁ ଏକ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ୬୦ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଥିବାରୁ କଡା ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗ୍ରହଣ କରାଯାଇଛି । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଭୋଟର ନିଜ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇ ସାରିଛନ୍ତି । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ଜୁନ ୩ତାରିଖରେ ଗଣତି ହୋଇ ଫଳ ପ୍ରକାଶ ପାଇବ । ଜୁନ ୩ ତାରିଖରେ ଜଣାପଡିବ, ବ୍ରଜରାଜନଗରବାସୀଙ୍କ ଜନାଦେଶ କାହା ସପକ୍ଷରେ ଯାଉଛି ।

The post ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦ ପ୍ରତିଶତ ମତଦାନ ।  first appeared on Kanak News.



from Kanak News https://ift.tt/6L5kinA https://ift.tt/Hx4hUy7
ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦ ପ୍ରତିଶତ ମତଦାନ ।  Kanak News ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦ ପ୍ରତିଶତ ମତଦାନ ।  Kanak News Reviewed by SUBHENDU BARAL on May 31, 2022 Rating: 5

No comments:

Powered by Blogger.