ପରଲୋକରେ ଓଡିଆ ଅଭିନେତା ବିରାଜ ଦାସ : ୬୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ; ଆଜି ହେବ ଶେଷକୃତ୍ୟ ସମ୍ପନ୍ନ  Kanak News

କନକ ବ୍ୟୁରୋ : ଓଲିଉଡ ଅଭିନେତା ବିରାଜ ଦାସଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଫୁସ ଫୁସ ଜନିତ କର୍କଟ ରୋଗରେ ସେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ ।

ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଗତ ୪ମାସ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚମକ୍ରାର ଅଭିନୟ ଦର୍ଶକଙ୍କୁ ଅଭିଭୂତ କରୁଥିଲା । ବଗୁଲା ବଗୁଲିରୁ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ବିରାଜ । ମା ପରି କିଏ ହେବ, ମୋ ଭାଇ ଜଗା, ଯାଦେବୀ ସର୍ବଭୁତେସୁ, ପ୍ରେମ ବନ୍ଧନ ଭଳି ଅନେକ ହିଟ୍ ସିନେମାରେ ସେ ଅଭିନୟ କରିଥିଲେ ।

ତାଙ୍କର ଶେଷ ଫିଲ୍ମର ନାଁ ହେଉଛି ଅଜାତି, ଯାହା ଆଗକୁ ରିଲିଜ ହେବାର ଅଛି । ସେହିପରି ଟେଲି ଫିଲ୍ମ, ତମସା ତୀରେ, ଡାକମୁନସୀରେ ଉଚ୍ଚକୋଟିର ଅଭନିୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାଗବତ ଟୁଙ୍ଗୀ, ଦେଖ ବର୍ଷାଆସୁଛି, ଝରାବଉଳି ଭଳି ନାଟକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଜୁନ ୧୫ ୧୯୫୯ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ଜଣେ ବ୍ୟାଙ୍କ କର୍ମଚାରୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ସୁଦ୍ଧା ଅଭିନୟ ପ୍ରତି ତାଙ୍କ ଦୁର୍ବଳତା ତାଙ୍କୁ ଅଭିନୟ ଜଗତକୁ ଟାଣି ଆଣିଥିଲା । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

The post ପରଲୋକରେ ଓଡିଆ ଅଭିନେତା ବିରାଜ ଦାସ : ୬୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ; ଆଜି ହେବ ଶେଷକୃତ୍ୟ ସମ୍ପନ୍ନ  first appeared on Kanak News.



from Kanak News https://ift.tt/AYKPCce https://ift.tt/I7ZNihs
ପରଲୋକରେ ଓଡିଆ ଅଭିନେତା ବିରାଜ ଦାସ : ୬୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ; ଆଜି ହେବ ଶେଷକୃତ୍ୟ ସମ୍ପନ୍ନ  Kanak News ପରଲୋକରେ ଓଡିଆ ଅଭିନେତା ବିରାଜ ଦାସ : ୬୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ; ଆଜି ହେବ ଶେଷକୃତ୍ୟ ସମ୍ପନ୍ନ  Kanak News Reviewed by SUBHENDU BARAL on May 25, 2022 Rating: 5

No comments:

Powered by Blogger.